Image Courtesy of Zee News
ମସ୍କୋ: ଋଷିଆର ବିଦେଶ ମନ୍ତ୍ରୀ ସେର୍ଗେଇ ଲାଭରୋଭ ରବିବାର ପାଶ୍ଚାତ୍ୟ ଦେଶମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ୟୁକ୍ରେନକୁ ଆମେରିକା ନିର୍ମିତ ଏଫ୍ -୧୬ ଲଢୁଆ ବିମାନ ଯୋଗାଇଦେବାକୁ ରାଜି ହୋଇ ଏସବୁ ଦେଶ ନିଆଁ ସହ ଖେଳୁଛନ୍ତି, ରୁଷ ଏହାର ଜବାବ ଦେବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ଦେଶମାନେ ୟୁକ୍ରେନକୁ ଏଫ୍ -୧୬ ଲଢୁଆ ବିମାନ ଯୋଗାଣ ଆରମ୍ଭ କରିଛନ୍ତି । ପୂର୍ବରୁମଧ୍ୟ ରୁଷ୍ ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା। ଏହା ପାଶ୍ଚାତ୍ୟ ଦେଶ ପାଇଁ ଏକ ବଡ଼ ବିପଦ ହେବ ବୋଲି ରୁଷର ଉପବୈଦେଶିକ ମନ୍ତ୍ରୀ ଆଲେକଜାଣ୍ଡର ଗ୍ରୁସ୍କୋ କହିଛନ୍ତି ।
ଅନ୍ୟପକ୍ଷରେ ୟୁକ୍ରେନକୁ ଏଫ୍ -୧୬ ଲଢୁଆ ବିମାନ ହସ୍ତାନ୍ତର ପ୍ରସଙ୍ଗରେ ରୁଷ୍ ରାଷ୍ଟ୍ରଦୂତ କିଭ୍ କହିଛନ୍ତି ଯେ ଏହି ପଦକ୍ଷେପ ରୁଷିଆ-ୟୁକ୍ରେନ୍ ସଂଘର୍ଷରେ ନାଟୋର ସମ୍ପୃକ୍ତିକୁ ସୂଚାଉଛି। ନାଟୋ ହେଉଛି ବିଶ୍ୱର ସର୍ବବୃହତ ସାମରିକ ସଂଗଠନ । ୟୁକ୍ରେନ ଏହାର ସଦସ୍ୟତା ନେବାକୁ ଉଦ୍ୟମ କରୁଛି । ବର୍ତ୍ତମାନ ନାଟୋରେ ୩୧ଟି ଦେଶ ରହିଛନ୍ତି। ଯଦି କୌଣସି ଦେଶ ଏହି ଗୋଷ୍ଠୀରେ ଅନ୍ତର୍ଭୁକ୍ତ ଦେଶ ଉପରେ ଆକ୍ରମଣ କରେ, ତେବେ ଏହି ଦେଶଗୁଡ଼ିକ ଏହାକୁ ନିଜ ଉପରେ ଆକ୍ରମଣ ବୋଲି ବିବେଚନା କରନ୍ତି ଏବଂ ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କରି ସେହି ଦେଶ ସହିତ ଠିଆ ହୁଅନ୍ତି । ୟୁକ୍ରେନ ନାଟୋରେ ମିଶିବାକୁ ରୁଷ ବିରୋଧ କରୁଛି ।
Follow Us