ମସ୍କୋ: ତାଙ୍କ ଦେଶ ସହ ଶତ୍ରୁତା ଆଚରଣ କରୁଥିବା ବିଦେଶୀ ରାଷ୍ଟ୍ରମାନଙ୍କର ‘ଦାନ୍ତ ଝଡ଼ାଇ’ ଦେବେ ବୋଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଧମକ ଦେଇଛନ୍ତି। ରୁଷ୍ର ସାର୍ବଭୌମ ଅଞ୍ଚଳରୁ କିଛି କିଛି ଅଂଶ ଚୋରାଇ ନେବାକୁ ଉଦ୍ୟମ କରୁଥିବା ଦେଶମାନଙ୍କୁ ଉଦ୍ଦେଶ୍ୟ କରି ସେ ଉପରୋକ୍ତ ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି।
Image Courtesy of Zee Newsରୁଷୀୟ ଅଞ୍ଚଳ ଛଡ଼ାଇ ନେବାକୁ ବୈଦେଶିକ ଶତ୍ରୁମାନେ ବରାବର ଉଦ୍ୟମ ଚଳାଇ ଆସୁଥିବା କଥା ପୁତିନ୍ କହିଛନ୍ତି ବୋଲି ‘ଇଣ୍ଟର୍ଫ୍ୟାକ୍ସ୍ ନିଉଜ୍ ଏଜେନ୍ସି’ ଠାରୁ ତଥ୍ୟ ସଂଗ୍ରହ କରି ଜର୍ମାନ୍ ପ୍ରେସ୍ ଏଜେନ୍ସି ‘ଡିପିଏ’ କହିଛି। ପୁତିନ୍ କହିଛନ୍ତି, ଆମକୁ କେଉଁଠି ପୁଳାଏ ‘କାମୁଡ଼ି ପକାଇବା’କୁ ବା ଆମର କିଛି ଅଞ୍ଚଳ ‘କାମୁଡ଼ି ଛିଡ଼ାଇ’ ନେବାକୁ ସମସ୍ତେ ଚାହାଁନ୍ତି। କିନ୍ତୁ, ସେମାନେ ଜାଣିବା ଉଚିତ ଯେ, ଆମେ ସେମାନଙ୍କର ‘ଦାନ୍ତ ଝାଡ଼ିଦେବୁ’। ସେମାନେ ଆଉ ‘କାମୁଡ଼ି’ ପାରିବେ ନାହିଁ।
Image Courtesy of Times of Indiaନିକଟରେ ରୁଷୀୟ ସାମରିକ ବାହିନୀରେ ହୋଇଥିବା ଅଗ୍ରଗତି ଏ କଥାର ‘ଗ୍ୟାରେଣ୍ଟି’ ଦେଉଛି ବୋଲି ଦୀର୍ଘ ଦିନ ହେବ କ୍ରେମ୍ଲିନ୍ର ଶାସନ କ୍ଷମତାରେ ଥିବା ପୁତିନ୍ କହିଛନ୍ତି।
ସୋଭିଏତ୍ ସଂଘର ପତ୍ତନ ପରେ ରୁଷ୍ର ତିନି ଭାଗରୁ ଭାଗେ ଚାଲି ଯାଇଥିଲେ ସୁଦ୍ଧା ଭୂଖଣ୍ଡ ହିସାବରେ ଏବେ ମଧ୍ୟ ରୁଷ୍ ବିଶ୍ବର ବୃହତ୍ତମ ଦେଶ ହୋଇ ରହିଛି। ଏଇ କିଛି ବର୍ଷ ତଳେ ରୁଷ୍ ସେନାର ଆଧୁନିକିକରଣ ହୋଇଛି। କେବଳ ଚଳିତ ବର୍ଷ ରାଷ୍ଟ୍ରୀୟ ସୁରକ୍ଷା ବାବଦକୁ ରୁଷ୍ ୩ ଟ୍ରିଲିୟନ୍ ରୁବେଲ୍ରୁ ଅଧିକ ଅର୍ଥ ବିନିଯୋଗ କରିବ ବୋଲି ସରକାର ଘୋଷଣା କରିଛନ୍ତି।
Follow Us