Image Courtesy of The Guardian
ନୂଆଦିଲ୍ଲୀ: ବର୍ଷକ ଭିତରେ ରୁଷ୍ର ରାଜକୋଷ ଶୂନ୍ୟ ହୋଇଯିବ। ତେଣୁ ବିଦେଶୀ ରାଷ୍ଟ୍ର ବିନିଯୋଗ ଆବଶ୍ୟକ ବୋଲି ରାଜନୀତି କ୍ଷେତ୍ରରେ ପ୍ରଭାବ ଥିବା ବିତ୍ତଶାଳୀ ତଥା ସ୍ପଷ୍ଟବାଦୀ ରୁଷୀୟ ଓଲେଗା ଡେରିପାସ୍କା ଗୁରୁବାର ଦିନ ସାଇବେରିଆରେ ଆୟୋଜିତ ଏକ ଅର୍ଥନୈତିକ ସମ୍ମିଳନୀରେ କହିଛନ୍ତି।
ଗତବର୍ଷ ଜାରି ହୋଇଥିବା ପାଶ୍ଚାତ୍ୟ ରାଷ୍ଟ୍ରର ଅଭୂତପୂର୍ବ ଆର୍ଥିକ କଟକଣା ସତ୍ତ୍ବେ ତୁରନ୍ତ ସୁଧୁରି ଯାଇଥିବା ଅର୍ଥନୀତିକୁ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପ୍ରଶଂସା କରିବା ପରେ ଡେରିପାସ୍କା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
Image Courtesy of CNNପ୍ରକାରାନ୍ତରେ ରୁଷ୍-ୟୁକ୍ରେନ୍ ଯୁଦ୍ଧର ନିଦର୍ଶନ ଦେଇ ସେ କହିଛନ୍ତି, ଆସନ୍ତାବର୍ଷକୁ ଅର୍ଥ ନ ଥିବ, ଆମେ ବିଦେଶୀ ନିବେଶକ ଆବଶ୍ୟକ କରୁଛୁ। ବିଦେଶୀ ନିବେଶକ, ବିଶେଷକରି ମିତ୍ର ରାଷ୍ଟ୍ରମାନଙ୍କର ମଧ୍ୟ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଅଛି। ଉପଯୁକ୍ତ ପରିବେଶ ଏବଂ ବ୍ୟବସାୟକୁ ଆକର୍ଷଣୀୟ କରିବା ନିମନ୍ତେ ରୁଷ୍ର ସାମର୍ଥ୍ୟ ଉପରେ ବିଦେଶୀ ନିବେଶ ନିର୍ଭର କରୁଛି।
ସୂଚନାଯୋଗ୍ୟ, ୨୦୨୨ରେ ଯୁଦ୍ଧ ପ୍ରାରମ୍ଭରୁ ହିଁ ସେ ୟୁକ୍ରେନ୍ର ମସ୍କୋ ଚଳାଇଥିବା ଯୁଦ୍ଧର ଅବସାନ ପାଇଁ ଆହ୍ବାନ ଦେଇ ଆସୁଛନ୍ତି। ରୁଷ୍କୁ ସମ୍ବଳହୀନ କରିବା ଲାଗି ପାଶ୍ଚାତ୍ୟ ଦେଶସମୂହ ୧୧,୩୦୦ କଟକଣା ଲାଗୁ କରିବା ସହିତ ରୁଷ୍ର ପ୍ରାୟ ୩୦୦ ବିଲିୟନ୍ ଡଲାର୍ ‘ଫରେନ୍ ରିଜର୍ଭ’ ଫ୍ରିଜ୍ କରି ଦେଇଛନ୍ତି।
Follow Us