ନରମିଲା ରୁଷ, ଦୁଇ ସହରରୁ ସେନା ପ୍ରତ୍ୟାହାର କରିବ: ତୁର୍କୀ କଥାବାର୍ତ୍ତାରେ ଅଗ୍ରଗତି ସୁରକ୍ଷା ଗ୍ୟାରେଣ୍ଟି ମାଗିଲା ୟୁକ୍ରେନ୍‌

Advertisment
ନରମିଲା ରୁଷ, ଦୁଇ ସହରରୁ ସେନା ପ୍ରତ୍ୟାହାର କରିବ: ତୁର୍କୀ କଥାବାର୍ତ୍ତାରେ ଅଗ୍ରଗତି ସୁରକ୍ଷା ଗ୍ୟାରେଣ୍ଟି ମାଗିଲା ୟୁକ୍ରେନ୍‌

Naveen Bharat

କିବ୍‌: ୟୁକ୍ରେନ୍‌ରେ ମା‌େସରୁ ଅଧିକ ସମୟ ଧରି ରୁଷ ଚଳାଇଥିବା ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ଦେଖାଦେଇଛି। ତୁର୍କୀ ମଧ୍ୟସ୍ଥତାରେ ଆଜି ଇସ୍ତାନବୁଲରେ ଅନୁଷ୍ଠିତ ରୁଷ ଓ ୟୁକ୍ରେନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ କଥାବାର୍ତ୍ତାରୁ ଏଭଳି ସଙ୍କେତ ମିଳିଛି। କେବଳ ଏତିକି ନୁହେଁ, ଯଦି କଥାବାର୍ତ୍ତା ଏଭଳି ସକରାତ୍ମକ ରହେ, ତାହା‌େହଲେ ଦୁଇ ରାଷ୍ଟ୍ରର ରାଷ୍ଟ୍ରପତିଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ବି ହୋଇପ‌ାରେ। ଉଭୟ ପକ୍ଷ ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ କଥାବାର୍ତ୍ତା ପ‌େର ୟୁକ୍ରେନ ରାଜଧାନୀ କିବ୍‌ ଏବଂ ଚେର୍ନିହିବରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ସଙ୍କୁଚିତ କରିବା ପାଇଁ ରୁଷ ନିଷ୍ପତ୍ତି ନେଇଛି। ରୁଷ୍‌ର ଉପପ୍ରତିରକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ ଏହି ଦୁଇ ସହରରୁ ରୁଷ ସେନା ପ୍ରତ୍ୟାହାର ଆରମ୍ଭ କରିଦେଇଛି।

ତୁର୍କୀ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ରୁଷ-ୟୁକ୍ରେନ୍‌ କଥାବାର୍ତ୍ତାରେ ଆଜି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ହୋଇଛି। ଇସ୍ତାନବୁଲ୍‌ରେ ଆଜି କଥାବାର୍ତ୍ତା ଆରମ୍ଭ ସମୟରେ ଦୁଇ ରାଷ୍ଟ୍ରର ପ୍ରତିନିଧିମାନେ ହାତ ମିଳାଇନଥିବା ଦେଖିବାକୁ ମିଳିଥିଲା। ତିକ୍ତତାର ସହ କଥାବାର୍ତ୍ତା ଆରମ୍ଭ ହୋଇଥିଲେ ମଧ୍ୟ ଏହା ଧୀରେ ଧୀରେ ସହମତି ଆଡ଼କୁ ଗତି କରିଥିଲା। ଉଭୟ ପକ୍ଷ କଥାବାର୍ତ୍ତା ଫଳପ୍ରଦ ହୋଇଛି ବୋଲି ଘୋଷଣା କରିଥିଲେ। କଥାବାର୍ତ୍ତା ସମୟରେ କିବ୍‌ ଏବଂ ଉତ୍ତର ୟୁକ୍ରେନ୍‌ ସହର ଚେର୍ନିହିବରେ ସାମରିକ କାର୍ଯ୍ୟାନୁଷ୍ଠାନ ସଙ୍କୁଚିତ କରିବାପାଇଁ ରୁଷ ପ୍ରତିଶ୍ରୁତି ଦେଇଥିଲା ଏବଂ ଏହାର ତତ୍କାଳ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ୟୁ‌କ୍ରେନ୍‌ ସେନା ମଧ୍ୟ କହିଛି କିବ୍‌ ଏବଂ ଚେର୍ନିହିବରୁ ସୈନ୍ୟ ପ୍ରତ୍ୟାହାର ହେଉଥିବା ଦେଖିବାକୁ ମିଳିଛି।

ଇସ୍ତାନବୁଲ୍‌ରେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କଥାବାର୍ତ୍ତା ପରେ ପୁଟିନ୍‌-ଜେଲେନ୍‌ସ୍କିଙ୍କ ମଧ୍ୟରେ କଥାବାର୍ତ୍ତା ହୋଇପାରେ ବୋଲି ୟୁକ୍ରେନ ପ୍ରତିନିଧି ଆଶା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ନିଜ ରାଷ୍ଟ୍ରର ସୁରକ୍ଷା ପାଇଁ ରୁଷ ପ୍ରତିନିଧିଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବ ଅନୁଯାୟୀ ସେମାନଙ୍କ ରାଷ୍ଟ୍ର କୌଣସି ମେଣ୍ଟରେ ସାମିଲ ହେବନି। କିନ୍ତୁ ଏଥିପାଇଁ ସେମାନଙ୍କୁ ସୁରକ୍ଷା ଗ୍ୟାରେଣ୍ଟି ମିଳିବା ଉଚିତ୍‌। ରୁଷ ଏହା ଉପରେ ବିଚାର କରି ଜଣାଇବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe