‘ଜି-୭’ ରାଷ୍ଟ୍ରସମୂହ ନିର୍ଦ୍ଧାରଣ କରିଥିବା ଦର ଉଚିତ ମନେ ନ ହେଲେ ବିଶ୍ବ ବଜାରକୁ ତୈଳ ଯୋଗାଣ ବନ୍ଦ କରିବ ରୁଷ୍‌

‘ଜି-୭’ ରାଷ୍ଟ୍ରସମୂହ ନିର୍ଦ୍ଧାରଣ କରିଥିବା ଦର ଉଚିତ ମନେ ନ ହେଲେ ବିଶ୍ବ ବଜାରକୁ ତୈଳ ଯୋଗାଣ ବନ୍ଦ କରିବ ରୁଷ୍‌

Image Courtesy of The Print

ନୂଆଦିଲ୍ଲୀ: ‘ଜି-୭’ ଦେଶମାନେ ନିର୍ଦ୍ଧାରଣ କରିଥିବା ଦର ସମୁଚ୍ଚିତ ନ ହେଲେ ବିଶ୍ବ ବଜାରକୁ ତୈଳ ଯୋଗାଣ ବନ୍ଦ କରିବ ବୋଲି ଶୁକ୍ରବାର ଦିନ ରୁଷ୍‌ କହିଛି।

ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତସ୍ଥିତ ରୁଷ୍‌ର ରାଷ୍ଟ୍ରଦୂତ ଡେନିସ୍‌ ଆଲିପୋଭ୍‌ କହିଛନ୍ତି, ଦର ଅସମୁଚ୍ଚିତ ଓ ଅଗ୍ରହଣୀୟ ବୋଲି ଯଦି ଆମେ ବିଚାର କରୁ ତେବେ, ଆମେ ବିଶ୍ବ ବଜାରକୁ ଏବଂ ତୈଳ ଦର ସୀମିତ ରଖିବା ଲାଗି ଆମେରିକାର ଉଦ୍ୟମକୁ ସମର୍ଥନ କରୁଥିବା ଦେଶମାନଙ୍କୁ ତୈଳ ଯୋଗାଣ ବନ୍ଦ କରିଦେବୁ।

ରୁଷ୍‌ରେ ଯୁଦ୍ଧ ବିରତି ପାଇଁ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିବେଦନ ପ୍ରସଙ୍ଗରେ ପଚାରିବାରୁ ସେ କହିଲେ, ଏ ବିଷୟରେ ଭାରତର ମନ୍ତବ୍ୟ ଅପରିବର୍ତ୍ତିତ ରହିଛି। କିନ୍ତୁ, ପାଶ୍ଚାତ୍ୟ ଦେଶ ବାକି ସବୁ କଥାକୁ ବାଦ ଦେଇ କେବଳ ନିଜକୁ ସୁହାଉ ଥିବା ମନ୍ତବ୍ୟଗୁଡ଼ିକୁ ଉଲ୍ଲେଖ କରନ୍ତି।

ସୂଚନା‌ଯୋଗ୍ୟ, ସମରକନ୍ଦରେ ପୁଟିନ୍‌ଙ୍କ ସହିତ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କହିଥିଲେ ଯେ, ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ। ଏଭଳି ମନ୍ତବ୍ୟକୁ ବିଶ୍ବ ନେତାଙ୍କର ଏକ ଗୋଷ୍ଠୀ ସର୍ବସାଧାରଣ ଭର୍ତ୍ସନା ବୋଲି ମନେକରୁଛନ୍ତି।

publive-image Image Courtesy of NDTV

ଡେନିସ୍‌ ଆଲିପୋଭ୍‌ କହିଛନ୍ତି, ଆପଣା ବ୍ୟବସାୟ ସ୍ବାର୍ଥ ପ୍ରତି କ୍ଷତିସାଧନ କଲା ଭଳି କୌଣସି ବ୍ୟବସ୍ଥାକୁ ରୁଷ୍‌ ଅନୁସରଣ କରିବ ନାହିଁ।

ପାଶ୍ଚାତ୍ୟ ରାଷ୍ଟ୍ର ସମୂହ ଜାରି କରିଥିବା କଟକଣା ରୁଷ୍‌ ଉପରେ ସାମାନ୍ୟ ପ୍ରଭାବ ପକାଇବାରୁ କ୍ରେମ୍‌ଲିନ୍‌ ରାଜସ୍ବକୁ ସୀମିତ କରିବା ଲାଗି ‘ଜି-୭’ ରାଷ୍ଟ୍ରସମୂହ ଏବଂ ‘ୟୁରୋପୀୟ ୟୁନିୟନ୍‌’ ରୁଷୀୟ ଅଶୋଧିତ ତୈଳ ଓ ଶୋଧିତ ତୈଳ ଉତ୍ପାଦ ଦର ଉପରେ କଟକଣା ଲାଗୁ କରିବାକୁ ଉଦ୍ୟମ କରୁଛନ୍ତି।

ରାଷ୍ଟ୍ରଦୂତ ଆଲିପୋଭ୍‌ କହିଛନ୍ତି, ମୂଲ୍ୟ ସୀମା ଯୋଗୁଁ ବିଶ୍ବ ବଜାରରେ ତୈଳର ଘୋର ଅଭାବ ଦେଖା ଦେବ ଓ ତୈଳ ଦର ଦ୍ରୁତ ବେଗରେ ବୃଦ୍ଧି ପାଇବ।

ରୁଷୀୟ ତୈଳ ଦର ଧାର୍ଯ୍ୟ ନିମନ୍ତେ ପ୍ରସ୍ତାବ ଦେଉଥିବା ରାଷ୍ଟ୍ରସମୂହଙ୍କ ସହିତ ଯୋଗ ଦେବା ପାଇଁ ଆମେରିକା ଭାରତକୁ କହିଥିଲେ ବି, ଭାରତ କହିଛି ଯେ, ଉକ୍ତ ପ୍ରସ୍ତାବକୁ ସାବଧାନତାର ସହ ପରଖିବା ପରେ ଯାହା କିଛି ନିଷ୍ପତ୍ତି ଗ୍ରହଣ କରାଯିବ।

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଆଲିପୋଭ୍‌ କହିଛନ୍ତି, ଏ ପ୍ରସଙ୍ଗରେ ଭାରତ ଏଯାବତ୍‌ ନିଜର ଆଭିମୁଖ୍ୟ ପ୍ରତି ସାବଧାନତା ଅବଲମ୍ବନ କରିଛି। ଏହା ଭାରତୀର ସ୍ବାର୍ଥ ପ୍ରତି ଲାଭଦାୟକ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe