ଅଯୋଧ୍ୟା: ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳି ସମୟରେ ଅଯୋଧ୍ୟା ଏକ ଅନ୍ତର୍ଜାତୀୟ ସାଂସ୍କୃତିକ ମଞ୍ଚ ଭାବରେ ଉଭା ହୋଇଛି। ଅଯୋଧ୍ୟାରେ ଅନ୍ତର୍ଜାତୀୟ ରାମଲୀଳା ଆୟୋଜନ କରାଯାଉଛି। ଯେଉଁଥିରେ ରୁଷ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, ନେପାଳ ଏବଂ ଶ୍ରୀଲଙ୍କାର କଳାକାରମାନେ ପ୍ରଭୁ ଶ୍ରୀରାମଙ୍କ ଲୀଲା ମଞ୍ଚସ୍ଥ କରିବେ।

Advertisment

ଏଥିସହିତ ରାମଲୀଳା ସମୟରେ ରୁଷର ପନ୍ଦର ଜଣ କଳାକାର ସ୍ୱୟଂବର ଦୃଶ୍ୟ ଉପସ୍ଥାପନ କରିବେ। ପାରମ୍ପରିକ ଋଷୀୟ ନାଟ୍ୟ କୌଶଳ ଏବଂ ଭାରତୀୟ କାହାଣୀର ସେମାନଙ୍କର ଅନନ୍ୟ ମିଶ୍ରଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ ବୋଲି ଆଶା ରଖାଯାଇଛି।

ଅଧିକପଢ଼ନ୍ତୁ:ବିହାର ନିର୍ବାଚନରେ ମୋଦୀଙ୍କର ୧୨, ଅମିତ ଶାହଙ୍କର ୨୫ ସାଧାରଣ ସଭା

ଋଷୀୟ କଳାକାରମାନେ ଅନ୍ତର୍ଜାତୀୟ ରାମଲୀଳା ପ୍ରଦର୍ଶନ ପାଇଁ ପ୍ରସ୍ତୁତିରେ ମାସମାସ ବିତାଇଛନ୍ତି ଏବଂ ଖୁବ ପରିଶ୍ରମ ବି କରିଛନ୍ତି।

ରୁଷର ଜଣେ କଳାକାର କହିଛନ୍ତି, "ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିବା ବଡ଼ ଆନନ୍ଦଦାୟକ ଏବଂ ଭାରତୀୟ ପରମ୍ପରା ଶିଖିବା ପାଇଁ ବହୁତ ଭଲ ମାଧ୍ୟମ ଥିଲା... ଏଥିପାଇଁ ମୁଁ  ଖୁବ ଉତ୍ସାହିତ...।"

ଅଯୋଧ୍ୟା ଅନ୍ତର୍ଜାତୀୟ ରାମାୟଣ ଏବଂ ବୈଦିକ ଗବେଷଣା ପ୍ରତିଷ୍ଠାନର ପରାମର୍ଶଦାତା ଏବଂ ସ୍ୱତନ୍ତ୍ର ଅଧିକାରୀ ଆଶୁତୋଷ ଦ୍ୱିବେଦୀ କହିଛନ୍ତି ଯେ ଏହି ଅନ୍ତର୍ଜାତୀୟ ରାମଲୀଳା ଅକ୍ଟୋବର ୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କେବଳ ରାମଲୀଳାର ପରମ୍ପରାକୁ ଜୀବନ୍ତ ରଖିବା ନୁହେଁ ବରଂ ବିଶ୍ୱ ସ୍ତରରେ ଅନ୍ତର୍ଜାତୀୟ ସଂସ୍କୃତି ଏବଂ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧକୁ ପ୍ରଦର୍ଶନ କରିବା।

ଅଧିକପଢ଼ନ୍ତୁ:ଦୁଷ୍କର୍ମ ପୀଡ଼ିତାଙ୍କୁ ହସ୍‌ପିଟାଲରେ ଭେଟିଲେ ମହିଳା କମିସନ ସଦସ୍ୟ

ବିଦେଶୀ କଳାକାରମାନଙ୍କ ପ୍ରଦର୍ଶନ କେବଳ ଭାରତୀୟ ସଂସ୍କୃତିର ବିଶ୍ୱସ୍ତରୀୟ ସ୍ୱୀକୃତି ବୃଦ୍ଧି କରିବ ନାହିଁ, ବରଂ ଅଯୋଧ୍ୟାରେ ଆୟୋଜିତ ଦୀପୋତ୍ସବର ମହିମା ଏବଂ ଆକର୍ଷଣକୁ ଦ୍ୱିଗୁଣିତ କରିବ।

russian actors ayodhya ramlila