ନୂଆଦିଲ୍ଲୀ: ସମୁଦ୍ର କୂଳରେ ଯୋଗ କରିବା ସମୟରେ ଋଷର ଜଣେ ଅଭିନେତ୍ରୀ ଭାସି ଯାଇଥିଲେ। ସମୁଦ୍ର ଭିତରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସମୁଦ୍ରରେ ଭାସି ଯାଇଥିବା ଅଭିନେତ୍ରୀଙ୍କ ନାମ କମିଲା ବେଲ୍ୟାଟସ୍କାୟା ବୟସ ୨୪ ବର୍ଷ ଥିବା ଜଣାପଡ଼ିଛି।
ସୋସିଆଲ ମିଡିଆରେ କମିଲା ସମୁଦ୍ରରେ ଭାସି ଯାଉଥିବାର ଫୁଟେଜ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀ କମିଲା ଥାଇଲ୍ୟାଣ୍ଡର କୋହ ସାମୁଇ ଦ୍ୱୀପରେ ଯୋଗ କରୁଥିଲେ। ସେ ଏହି ଦ୍ବୀପକୁ ଖୁବ ପସନ୍ଦ କରନ୍ତି। ତେଣୁ ପ୍ରାୟତଃ କମିଲା ଏହି ସ୍ଥାନକୁ ବୁଲିବାକୁ ଓ ଯୋଗ କରିବାକୁ ଆସିଥାଆନ୍ତି।
ପୁଲିସ ଜବତ କରିଥିବା ସିସିଟିଭି ଫୁଟେଜ ଅନୁଯାୟୀ, ଅଭିନେତ୍ରୀ କମିଲା ଲାଲରଙ୍ଗର କାରରେ ସମୁଦ୍ର କୂଳରେ ପହଞ୍ଚିଥିଲେ। ଏହାପରେ ଯୋଗ ମ୍ୟାଟ ବିଛାଇ ଯୋଗ କରିବା ଆରମ୍ଭ କରିଥିଲେ। ଯୋଗ କରିବାର କିଛି ସମୟ ପରେ ସମୁଦ୍ରରେ ପ୍ରବଳ ଲହଡ଼ି ଆସିଥିଲା। ଏହି ଲହଡ଼ି କମିଲାଙ୍କୁ ଭସାଇ ନେଇଥିଲା। ଉଦ୍ଧାରକାରୀ ଦଳ ଘଟଣାର ୧୫ ମିନିଟ ମଧ୍ୟରେ ସେଠାରେ ପହଞ୍ଚିଥିଲେ । କିନ୍ତୁ ବିପଦପୂର୍ଣ୍ଣ ଲହଡ଼ି କ୍ରମାଗତ ଆସୁଥିବାରୁ ଉଦ୍ଧାରକାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ପରେ ଅଭିନେତ୍ରୀଙ୍କ ମୃତଦେହକୁ ସମୁଦ୍ର ଭିତରୁ ଉଦ୍ଧାର କରାଯାଇଥିଲା।
Follow Us