ରୁଷ ସେନାକୁ ମିଳିଲା ବଡ଼ ସଫଳତା, ଏକା ସାଙ୍ଗରେ ୧୦୨୬ଜଣ ୟୁକେନୀୟ ସୈନିକ କଲେ ଆତ୍ମସମର୍ପଣ

Advertisment
ରୁଷ ସେନାକୁ ମିଳିଲା ବଡ଼ ସଫଳତା, ଏକା ସାଙ୍ଗରେ ୧୦୨୬ଜଣ ୟୁକେନୀୟ ସୈନିକ କଲେ ଆତ୍ମସମର୍ପଣ

aajtak

ନୂଆଦିଲ୍ଲୀ: ରୁଷ ସେନାକୁ ମିଳିଲା ବଡ଼ ସଫଳତା। ଘମାଘୋଟ ଯୁଦ୍ଧ ମଧ୍ୟରେ ଏକା ସାଙ୍ଗରେ ୧୦୨୬ଜଣ ୟୁକେନୀୟ ସୈନିକ କଲେ ଆତ୍ମସମର୍ପଣ। କିଛି ସମୟ ପୂର୍ବରୁ ୟୁକ୍ରେନର ଗୁଇନ୍ଦା ଏଜେନ୍ସି ଏସବିୟୁ କିଛି ଫଟୋ ସେୟାର କରି ଦାବି କରିଥିଲା ଯେ, ପୁଟିନଙ୍କ ଖାସ ଲୋକ ବିକାଶ ମେଡଭେଡଚୁକଙ୍କୁ ୟୁକ୍ରେନ ଗିରଫ କରିଛି। ମେଡଭେଡଚୁକଙ୍କ ମୁକ୍ତି ବଦଳରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ସାଧାରଣ ନାଗରିକ ଏବଂ ସୈନିକମାନଙ୍କୁ ମୁକ୍ତ କରିବାକୁ ରୁଷ ଆଗରେ ଦାବି କରିଥିଲେ। ହେଲେ ଏବେ ଏକ ବିପରୀତ ଘଟଣା ଘଟିଛି। ୟୁକ୍ରେନର ୧୦୨୬ ସୈନ୍ୟ ମାରିୟୁପୋଲରେ ଆତ୍ମସମର୍ପଣ କରିଥିବା କହିଛି ରୁଷ।

ଏହା ପୂର୍ବରୁ ମେଡଭେଡଚୁକଙ୍କୁ କାବୁ କରି ୟୁକ୍ରେନ ବଡ଼ ସଫଳତା ହାସଲ କରିଛି ବୋଲି ଭାବୁଥିଲା। ମେଡଭେଡଚୁକଙ୍କ ମୁକ୍ତି ବଦଳରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ସାଧାରଣ ନାଗରିକ ଏବଂ ସୈନିକମାନଙ୍କୁ ମୁକ୍ତ କରିବାକୁ ରୁଷକୁ ପ୍ରସ୍ତାବ ଦେଇଥିଲେ।

ଏହି ଦାବିକୁ ନେଇ ରୁଷର ରାଷ୍ଟ୍ରପତି ଭବନ କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଥିଲେ ଯେ, ସେ ମେଡଭେଡଚୁକଙ୍କୁ ଗିରଫ କରାଯାଇଥିବାର ଫଟୋ ଦେଖିଛନ୍ତି। ଏହାକୁ ଦେଖି ସେ କହିଛନ୍ତି ଯେ ଅନେକ ମିଥ୍ୟା ଖବର ସାମ୍ନାକୁ ଆସୁଛି, ତେଣୁ ଏହି ଫଟୋ ଦେଖି ଏହା କେତେ ସତ ତାହା କୁହାଯାଇପାରିବ ନାହିଁ। ଫଟୋରେ ସତ୍ୟତା ଥିବା ନେଇ ଜଣାପଡ଼ିବା ପରେ ୟୁକ୍ରେନର ଦାବି ବିଷୟରେ ଚିନ୍ତା କରାଯିବ ‌ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe