ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ଓ ଡ୍ରୋନ ବର୍ଷା

ୟୁକ୍ରେନ୍ ଉପରେ ଋଷିଆ ଜୋରଦାର ଆକ୍ରମଣ କରିଛି। ରୁଷର ଏକ ଆପାର୍ଟମେଣ୍ଟ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣର ଜବାବରେ ରୁଷ ଏହି ଆକ୍ରମଣ କରିଥିବା କୁହାଯାଉଛି । ଏହି ଆକ୍ରମଣରେ ରୁଷ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ଓ ପ୍ରାୟ ୧୦୦ 'ସାହିଦ୍' ଡ୍ରୋନ୍ ବ୍ୟବହାର କରାଯାଇଥିବା କୁହାଯାଉଛି । 

War

କିବ୍: ୟୁକ୍ରେନ୍ ଉପରେ ଋଷିଆ ଜୋରଦାର ଆକ୍ରମଣ କରିଛି। ରୁଷର ଏକ ଆପାର୍ଟମେଣ୍ଟ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣର ଜବାବରେ ରୁଷ ଏହି ଆକ୍ରମଣ କରିଥିବା କୁହାଯାଉଛି । ଏହି ଆକ୍ରମଣରେ ରୁଷ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ଓ ପ୍ରାୟ ୧୦୦ 'ସାହିଦ୍' ଡ୍ରୋନ୍ ବ୍ୟବହାର କରାଯାଇଥିବା କୁହାଯାଉଛି । 

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସୋମବାର ତାଙ୍କ ଦେଶ ଉପରେ ରୁଷିଆର ରାତାରାତି ଏବଂ ସକାଳୁ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି।  ଜେଲେନସ୍କି ରୁଷିଆର ଆକ୍ରମଣକୁ ଘୃଣ୍ୟ ବୋଲି କହିବା ସହ ବିଭିନ୍ନ ପ୍ରକାରର ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ଏବଂ ପ୍ରାୟ ୧୦୦ 'ସାହିଦ୍' ଡ୍ରୋନ୍ ବ୍ୟବହାର କରାଯାଇଥିବା କହିଛନ୍ତି।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସୋମବାର ତାଙ୍କ ଦେଶ ଉପରେ ରୁଷିଆର ରାତାରାତି ଏବଂ ସକାଳୁ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି।  ଜେଲେନସ୍କି ରୁଷିଆର ଆକ୍ରମଣକୁ ଘୃଣ୍ୟ ବୋଲି କହିବା ସହ ବିଭିନ୍ନ ପ୍ରକାରର ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ଏବଂ ପ୍ରାୟ ୧୦୦ 'ସାହିଦ୍' ଡ୍ରୋନ୍ ବ୍ୟବହାର କରାଯାଇଥିବା କହିଛନ୍ତି। ସେ କହିଛନ୍ତି ଯେ ଏହି ଆକ୍ରମଣରେ କିଛି ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। 
ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମଧ୍ୟ ନିଶ୍ଚିତ କରିଛନ୍ତି ଯେ ରୁଷିଆ ଆକ୍ରମଣ ୟୁକ୍ରେନର କେତେକ ଶକ୍ତିକେନ୍ଦ୍ର ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଛି । ପୂର୍ବରୁ ରୁଷିଆ ଆକ୍ରମଣ ପରି ଏହା ମଧ୍ୟ ଘୃଣ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା। ଖାରକିବ ଏବଂ କିଭ୍ ଠାରୁ ଆରମ୍ଭ କରି ଓଡେସା ଏବଂ ଆମର ପଶ୍ଚିମ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା ବୋଲି ଜେଲେନସ୍କି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe