Image Courtesy of Zee News
ୱାସିଂଟନ୍: ୟୁକ୍ରେନ୍ରେ ରୁଷୀୟ ସେନାଙ୍କ ଆକ୍ରମଣ ଅବ୍ୟାହତ ଥିବା ବେଳେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ସମାଲୋଚନା କରି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ସେ ହେଉଛନ୍ତି ଜଣେ ରକ୍ତପିପାସୁ ଏକଚ୍ଛତ୍ରବାଦୀ ତଥା ନିରୋଳା ହତ୍ୟାକାରୀ।
କ୍ୟାପିଟଲ୍ ହିଲ୍ରେ ସେଣ୍ଟ୍ ପ୍ୟାଟ୍ରିକ୍ ଦିବସ ଅବସରରେ ଆୟୋଜିତ ବାର୍ଷିକ ‘ଫ୍ରେଣ୍ଡ୍ସ୍ ଅଫ୍ ଆୟର୍ଲାଣ୍ଡ୍ ଲଞ୍ଚିଅନ୍’ରେ ଉଦ୍ବୋଧନ ଦେଇ ବାଇଡେନ୍ କହିଲେ, ପୁଟିନ୍ ହେଉଛନ୍ତି ୟୁକ୍ରେନ୍ବାସୀଙ୍କ ବିରୋଧରେ ଅନୈତିକ ଯୁଦ୍ଧ ଘୋଷଣା କରିଥିବା ଜଣେ ରକ୍ତପିପାସୁ ଏକଚ୍ଛତ୍ରବାଦୀ, ଜଣେ ନିରୋଳା ହତ୍ୟାକାରୀ।
ଏହା ପୂର୍ବରୁ, ଆୟର୍ଲାଣ୍ଡ୍ର ପ୍ରଧାନମନ୍ତ୍ରୀ ମାଇକେଲ୍ ମାର୍ଟିନ୍ଙ୍କ ସହ ସାକ୍ଷାତ୍କାର ବେଳେ ରାଷ୍ଟ୍ରପତି ବାଇଡେନ୍ କହିଥିଲେ, ପୁଟିନ୍ଙ୍କ ବର୍ବରତା, ସେ ଓ ସେମାନଙ୍କ ସୈନିକମାନେ ୟୁକ୍ରେନ୍ରେ ଅମାନବୀୟ କାର୍ଯ୍ୟ କରୁଛନ୍ତି।
Image Courtesy of US Todayପୂର୍ବରୁ ବାଇଡେନ୍ ମଧ୍ୟ ପୁଟିନ୍ଙ୍କୁ ‘ଯୁଦ୍ଧ ଅପରାଧୀ’ ବୋଲି କହିଥିଲେ। କିନ୍ତୁ, ଏତାଦୃଶ ମନ୍ତବ୍ୟ ସମ୍ପୂର୍ଣ୍ଣ ଅଗ୍ରହଣୀୟ ଏବଂ କ୍ଷମଣୀୟ ନୁହେଁ ବୋଲି କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ କହିଥିଲେ।
ରାଷ୍ଟ୍ରପତି ବାଇଡେନ୍ଙ୍କୁ କାହିଁକି ପୁଟିନ୍ ଜବାବ ଦେଉ ନାହାନ୍ତି ବୋଲି ପଚାରିବାରୁ କହିଥିଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକାର ବୋମା ମାଡ଼ରେ ସମଗ୍ର ବିଶ୍ବର ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଛି। ଆମ ରାଷ୍ଟ୍ରପତି ଖୁବ୍ ବିଜ୍ଞ, ଦୂରଦୃଷ୍ଟି ସମ୍ପନ୍ନ ଏବଂ ମାର୍ଜିତ ଆନ୍ତର୍ଜାତିକ ବ୍ୟକ୍ତିତ୍ବ ଏବଂ ରୁଷୀୟ ସଂଘର ମୁଖ୍ୟ।
Follow Us