ଉତ୍ତରପୂର୍ବ ୟୁକ୍ରେନରେ ରୁଷ୍‌ର ବୋମାବର୍ଷା, ୨୦ ମୃତ

Advertisment
ଉତ୍ତରପୂର୍ବ ୟୁକ୍ରେନରେ ରୁଷ୍‌ର ବୋମାବର୍ଷା, ୨୦ ମୃତ

କିବ୍‌ : ଉତ୍ତରପୂର୍ବ ୟୁକ୍ରେନରେ ରୁଷ୍‌ ପୁଣିଥରେ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଆକ୍ରମଣ ଜୋରଦାର କରିଛି। ରୁଷ୍‌ ଆକ୍ରମଣରୁ ବର୍ତ୍ତିବାପାଇଁ ଭୟରେ ଅଞ୍ଚଳ ଛାଡ଼ିଥିବା କିଛି ଲୋକ ଉଦ୍ଧାର ଗାଡ଼ି‌ରେ ଯାଉଥିବା ସମୟରେ ସେମାନଙ୍କ ଗାଡ଼ି ଉପରେ ରୁଷ୍‌ ବୋମାବର୍ଷା କରିଛି। ଫଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଖାରକିଭର କୁପିଆନସ୍କିରେ ଏହି ଘଟଣା ଘଟିଛି। ରୁଷ୍‌ ୟୁକ୍ରେନ୍‌ର ୪ ଅଞ୍ଚଳକୁ ଦଖଲକୁ ନେବା ପରଠାରୁ ଭୟଙ୍କର ଆକ୍ରମଣ ବୃଦ୍ଧି କରିଛି। ଗତକାଲି ରୁଷ୍‌ର ମିସାଇଲ ମାଡ଼ରେ ୨୫ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷେ ୟୁକ୍ରେନ ସେନାବାହିନୀ ଶନିବାର ଦିନ ପୂର୍ବ ୟୁକ୍ରେନର ଲିମାନରେ ପ୍ରବେଶ କରିଛନ୍ତି। ୟୁକ୍ରେନ୍‌ ଲିମାନକୁ ନିଜ ନିୟନ୍ତ୍ରଣକୁ ନେବା ରୁଷ୍‌ ପାଇଁ ଶକ୍ତ ଝଟ୍‌କା। ଅନ୍ୟପକ୍ଷେ ରୁଷ୍‌ ଲିମାନରୁ ସୈନ୍ୟ ପ୍ରତ୍ୟାହାର କରିଥିବା ଘୋଷଣା କରିଛି। ଖାରକିଭର ୧୬୦ କିମି ଉତ୍ତରପୂର୍ବରେ ଲିମାନ ଅବସ୍ଥିତ। ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ରୁଷ୍‌ ଅଧିକୃକ ଲିମାନକୁ ଘେରୋଉ କରାଯାଉଛି। ପ୍ରାୟ ୫ ହଜାର ସୈନିକ ସେଠାରେ ଫସି ରହିଛନ୍ତି। ଅନ୍ୟପକ୍ଷେ ଲୁହାନସ୍କ ଗଭର୍ଣ୍ଣର କହିଛନ୍ତି, ଲିମାନରେ ରୁଷ୍‌ ବାହିନୀକୁ ପୁର୍ନଯୋଗାଣ ପାଇଁ ସମସ୍ତ ବାଟ ବନ୍ଦ ହୋଇଯାଇଛି। ଡୋନେସ୍କର ସହର ଲିମାନରୁ ରୁଷ୍‌ ସୈନ୍ୟ ପ୍ରତ୍ୟାହାର କରିଥିବା ନେଇ ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ଘୋଷଣା ହୋଇଛି। ୟୁକ୍ରେନ ପାଇଁ ଏହା ଏକ ବଡ଼ ସଫଳତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe