ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ବାହାରି ୭ ଘଣ୍ଟା ମହାଶୂନ୍ୟରେ ଚାଲବୁଲ କଲେ ୨ ରୁଷୀୟ ମହାକାଶଚାରୀ

ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ବାହାରି ୭ ଘଣ୍ଟା ମହାଶୂନ୍ୟରେ ଚାଲବୁଲ କଲେ ୨ ରୁଷୀୟ ମହାକାଶଚାରୀ

Image Courtesy of NDTV

ନୂଆଦିଲ୍ଲୀ: ନଭେମ୍ବର ୧୭ ତାରିଖରେ ଆନ୍ତର୍ଜାତି ମହାକାଶ କେନ୍ଦ୍ରରୁ ବାହାରି ୨ଜଣ ରୁଷୀୟ ମହାକାଶଚାରୀ ୭ଘଣ୍ଟାକାଳ ମହାଶୂନ୍ୟରେ ଚାଲବୁଲ କରୁଥିବା ଦୃଶ୍ୟସମ୍ବଳିତ ଭିଡିଓ ଏବେ ବିଭିନ୍ନ ପ୍ଲାଟ୍‌ଫର୍ମରେ ପ୍ରସାରଣ ହେଉଛି।

‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନ୍‌’ ବା ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ର କେତେକ ‘ହାର୍ଡୱେର୍‌’ ବଦଳି ଓ ‘ଇଲେକ୍ଟ୍ରୋନିକ୍ସ୍‌’ ସଂଯୋଗ କାର୍ଯ୍ୟ ନିମନ୍ତେ ସେମାନେ ମହାକାଶ କେନ୍ଦ୍ରରୁ ବାହାରିଥିଲେ।

‘ଇନ୍‌ଷ୍ଟାଗ୍ରାମ୍‌’ରେ ସ୍ପେସ୍‌ଷ୍ଟେସନ୍‌ ସେୟାର୍‌ କରିଥିବା ଭିଡିଓରେ ମହାକାଶଚାରୀମାନେ ଶୂନ୍ୟରେ ଚାଲୁଥିବା ଦେଖାଯାଉଛି। କିନ୍ତୁ, ପୃଷ୍ଠଭୂମି ବା ପଛପଟେ ପୃଥିବୀ ଦିଶୁଥିବାରୁ ସେମାନେ ଶୂନ୍ୟରେ ଭାସିଲା ପରି ଦିଶୁନାହାନ୍ତି।

publive-image Image Courtesy of Yahoo

ଭିଡିଓ ସେୟାର୍‌ କରି ସେମାନେ ଲେଖିଛନ୍ତି, ୨୦୨୨ ନଭେମ୍ବର ୧୭ ତାରିଖ ଆଗରୁ ରୁଷ୍‌ ଯୋଜନା କରିଥିବା ୪ଟି ମରାମତିଜନିତ ‘ସ୍ପେସ୍‌ୱାକ୍‌’ରୁ ପ୍ରଥମ ଯୋଜନାକୁ ସଫଳ କରିଛନ୍ତି ମହାକାଶଚାରୀ ସେର୍ଗେଇ ପ୍ରୋକୋପିଏଭ୍‌ ଏବଂ ଡିମିତ୍ରି ପେତେଲିନ୍‌। ସେମାନେ ମହାଶୂନ୍ୟରେ ବିଚରଣ କରି ମରାମତି କାର୍ଯ୍ୟ କରୁଥିବା ବ‌େଳେ ମହାକାଶ କେନ୍ଦ୍ର ବ୍ରାଜିଲ୍‌ ଉପକୂଳରୁ ୨୬୦ ମାଇଲ୍‌ ଉର୍ଦ୍ଧ୍ବରେ ପୃଥିବୀ ପରିକ୍ରମା କରୁଥିଲା।

‘ନାସା’ କହିବା ଅନୁସାରେ, ଏହା ହେଉଛି ପ୍ରୋକୋପିଏଭ୍‌ଙ୍କ ଜୀବନରେ ୩ୟ ଓ ପେତେଲିନ୍‌ଙ୍କ ଜୀବନରେ ୧ମ ମହାଶୂନ୍ୟ ଚାଲି ବା ‘ସ୍ପେସ୍‌ୱାକ୍‌’। ୨୦୨୨ରେ ଏହା ହେଉଛି ୧୦ମ ‘ସ୍ପେସ୍‌ୱାକ୍‌’। ଏହାକୁ ମିଶାଇ ‘ସ୍ପେସ୍‌ ଷ୍ଟେସନ୍‌’ ଖଞ୍ଜିବା, ମରାମତି କରିବା ଏବଂ ଉନ୍ନତିକରଣ କରିବା ଲାଗି ସମୁଦାୟ ୨୫୫ଥର ‘ସ୍ପେସ୍‌ୱାକ୍‌’ କରାଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe