ୟୁକ୍ରେନ୍‌ର ଖାର୍କିଭ୍‌ ସହରରେ ଗ୍ୟାସ୍‌ ପାଇପ୍‌ଲାଇନ୍‌ ଉଡ଼ାଇ ଦେଲେ ରୁ‌ଷୀୟ ସେନା; କିଏଭ୍‌ ନିକଟରେ ପ୍ରଚଣ୍ଡ ବିସ୍ଫୋରଣ

Advertisment
ୟୁକ୍ରେନ୍‌ର ଖାର୍କିଭ୍‌ ସହରରେ ଗ୍ୟାସ୍‌ ପାଇପ୍‌ଲାଇନ୍‌ ଉଡ଼ାଇ ଦେଲେ ରୁ‌ଷୀୟ ସେନା; କିଏଭ୍‌ ନିକଟରେ ପ୍ରଚଣ୍ଡ ବିସ୍ଫୋରଣ

Image Courtesy of India Today

ନୂଆଦିଲ୍ଲୀ: ୟୁକ୍ରେନ୍‌ର ଦ୍ବିତୀୟ ବୃହତ୍‌ ନଗରୀ ଖାର୍କିଭ୍‌ରେ ରୁଷୀୟ ସେନା ବିସ୍ଫୋରଣ କରି ଗ୍ୟାସ୍‌ ପାଇପ୍‌ଲାଇନ୍‌ ନଷ୍ଟ କରି ଦେଇଥିବା କଥା ଆଜି ୟୁକ୍ରେନୀୟ ରାଷ୍ଟ୍ରପତି କାର୍ଯ୍ୟାଳୟ କହିଛି। ୧.୫ ନିୟୁତ ଜନତା ବାସ କରୁଥିବା ଏହି ସହର ରୁଷୀୟ ସୀମାନ୍ତ ଠାରୁ ୪୦ କିଲୋମିଟର୍‌ ଦୂରରେ ଅବସ୍ଥିତ।

ୟୁକ୍ରେନ୍‌ର ଶୀର୍ଷସ୍ତରୀୟ ସରକାରୀ ଓକିଲ ଇରିନା ଭେନେଦିକ୍ତୋଭା କହିଛନ୍ତି ଯେ, ସମ୍ପ୍ରତି ଖାର୍କିଭ୍‌ରେ ଭୟାବହ ଲଢ଼େଇ ଚାଲିଛି। ତେଣୁ, ରୁଷୀୟ ସେନା ଖାର୍କିଭ୍‌ ଅକ୍ତିଆର କରିବାକୁ ଅସମର୍ଥ ହେଉଛନ୍ତି।

publive-image Image Courtesy of Zee News

ସେହିପରି, କ୍ଷେପଣାସ୍ତ୍ର ଆକ୍ରମଣ ହେତୁ କିଏଭ୍‌ ନିକଟରେ ଗୋଟାଏ ତେଲ ଡିପୋରେ ନିଆଁ ଲାଗିଯାଇଛି। ଆଜି ସକାଳେ କିଏଭ୍‌ରେ ଦୁଇଟି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭିଥିଲା। ସହରର କେନ୍ଦ୍ରସ୍ଥଳୀ ଠାରୁ ଦକ୍ଷିଣପଶ୍ଚିମ ପ୍ରାନ୍ତକୁ ପ୍ରାୟ ୨୦ କିଲୋମିଟର ଦୂରବର୍ତ୍ତୀ ସ୍ଥାନର ଆକାଶ ଏହି ବିସ୍ଫୋରଣରେ ଆଲୋକିତ ହୋଇ ଉଠିଥିଲା।

ତେଣେ, ଜର୍ମାନି କହିଛି ସେ ୟୁକ୍ରେନ୍‌କୁ ୧୦୦୦ଟି କମାଣ-ବିରୋଧୀ ଅସ୍ତ୍ରଶସ୍ତ୍ର ଏବଂ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରି ହେଉଥିବା ୫୦୦ଟି ‘ଷ୍ଟିଙ୍ଗର୍‌’ କ୍ଷେପଣାସ୍ତ୍ର ପଠାଇବ।

ଏହା ବ୍ୟତିରେକେ, ରୁଷୀୟ ସେନାକୁ ବାଟବଣା କରିବା ଲାଗି ୟୁକ୍ରେନ୍‌ ରାସ୍ତାଘାଟରେ ଲଗାଯାଇଥିବା ସଙ୍କେତଗୁଡ଼ିକୁ ହଟାଇ ଦେଉଛି। ରାସ୍ତା ନିର୍ମାଣ ଓ ମରାମତି ଦାୟିତ୍ବରେ ଥିବା ୟୁକ୍ରେନୀୟ କମ୍ପାନି ‘ୟୁକ୍ରେଭ୍‌ତୋଡୋର୍‌ କହିଛି ଯେ, ଦେଶ ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ରାସ୍ତା ଖୋଜିବାରେ ଆକ୍ରମଣକାରୀ ରୁଷ୍‌ ସୈନିକମାନଙ୍କୁ ବାଧା ଦେବା ପାଇଁ ବାଟଘାଟରେ ଥିବା ନାମଫଳକ ସବୁକୁ କାଢ଼ି ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe