ମାରିଉପୋଲରେ ଥିବା ସ୍କୁଲରେ ଆଶ୍ରୟ ନେଇଥିଲେ ୪୦୦ଲୋକ, ଜାଣିବା ପରେ ବୋମା ମାଡ଼ କଲା ରୁଷ

ମାରିଉପୋଲରେ ଥିବା ସ୍କୁଲରେ ଆଶ୍ରୟ ନେଇଥିଲେ ୪୦୦ଲୋକ, ଜାଣିବା ପରେ ବୋମା ମାଡ଼ କଲା ରୁଷ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣକୁ ଦିନକୁ ଦିନ ବୃଦ୍ଧି କରିବାରେ ଲାଗିଛି ରୁଷ। ପୂର୍ବରୁ ବୋମା ମାଡ଼ ସହ ଏୟାରଷ୍ଟ୍ରାଇକ କରିଥିବା ବେଳେ ଆଜି ରୁଷ ୟୁକ୍ରେନ ଉପରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ମାଡ଼ କରିଥିବା ଜଣାପଡ଼ିଛି।। ଏହାକୁ ଦେଖି ଗତ ୨୫ଦିନ ଧରି ଚାଲିଥିବା ଯୁଦ୍ଧ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷ ଦାବି କରିଛି ଯେ, ପୁଣି ଥରେ ୟୁକ୍ରେନ ଉପରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି।

ଅନ୍ୟ ପକ୍ଷରେ ରୁଷ ପୁଣି ଥରେ ୟୁକ୍ରେନରେ ଥିବା ବିଦ୍ୟାଳୟକୁ ଟାର୍ଗେଟ କରିଛି। ୟୁକ୍ରେନ ଦାବି କରିଛି ଯେ ମାରିଉପୋଲ ସହରରେ ଥିବା ଏକ ବିଦ୍ୟାଳୟରେ ଉପରେ ବୋମା ମାଡ଼ କରିଛି ରୁଷ । ଯୁଦ୍ଧ ହେତୁ ପ୍ରାୟ ୪୦୦ ଲୋକ ଏହି ବିଦ୍ୟାଳୟରେ ଆଶ୍ରୟ ନେଇଥିଲେ। ଆକ୍ରମଣ ପରଠାରୁ କାହାର କୌଣସି ପତ୍ତା ମିଳିପାରିନାହିଁ। ଲୋକମାନେ ବିଦ୍ୟାଳୟ କୋଠାର ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି।

ଅନ୍ୟପକ୍ଷରେ ୟୁକ୍ରେନର ରୁବିଜାନ୍ ଏବଂ ସେଭେରୋଡେନସ୍କ୍କ ଉପରେ ମଧ୍ୟ ବୋମାମାଡ଼ କରିଛି ରୁଷ।​ ଗତ ୨୪ ଘଣ୍ଟା ମଧ୍ୟରେ ରୁଷର ଏୟାର ଷ୍ଟ୍ରାଇକ୍ ଦ୍ୱାରା ୨୪ଟି ଘର ଏବଂ ଆପାର୍ଟମେଣ୍ଟ ନଷ୍ଟ ହୋଇଯାଇଥିବା ସହ କୋଠାଟି ଭୁଶୁଡ଼ିବା ପରେ ୭ ଜଣ ଭିତରେ ଚାପି ‌ହୋଇଯାଇଛି। ଏଥିରେ ୨ପିଲାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe