ଆଜି ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌

Advertisment
ଆଜି ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌

Image Courtesy of The Print

ନୂଆଦିଲ୍ଲୀ: ରୁଷ୍‌ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌ ଆଜି ଦୁଇଦିନିଆ ଭାରତଗସ୍ତ ଆରମ୍ଭ କରିବେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ସମ୍ବନ୍ଧୀୟ ଆଲୋଚନା କରିବା ସହ ସେ ଏବର୍ଷ ହେବାକୁ ଥିବା ଭାରତ-ରୁଷ୍‌ ବାର୍ଷିକ ଶିଖର ବୈଠକର ପ୍ରସ୍ତୁତି ସମୀକ୍ଷା କରିବେ ବୋଲି ଭାରତର ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି।

ପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଟୁଇଟ୍‌ କରି ଲେଖିଥିଲେ, ଏପ୍ରିଲ୍‌ ୫-୬ରେ, ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌ ସରକାରୀ ଗସ୍ତରେ ଭାରତ ଆସିବେ। ନୂଆଦିଲ୍ଲୀରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା କରିବେ।

publive-image Image Courtesy of NDTV

ଭାରତସ୍ଥିତ ରୁଷୀୟ ଦୂତାବାସ ବିବୃତି ଅନୁସାରେ, ବୈଦେଶିକ ବ୍ୟାପାର ଏଜେନ୍‌ସିର ମୁଖ୍ୟମାନେ ଦ୍ୱିପାକ୍ଷିକ ସମ୍ବନ୍ଧର ସାମ୍ପ୍ରତିକ ପରିସ୍ଥିତି, ଏ ବର୍ଷ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକର ପ୍ରସ୍ତୁତି, ମହାମାରୀ ବିରୋଧୀ ସଂଗ୍ରାମରେ ସହଯୋଗ, ଆଞ୍ଚଳିକ ଓ ବୈଶ୍ୱିକ ସଂକ୍ରାନ୍ତ ପ୍ରମୁଖ୍ୟ ପ୍ରସଙ୍ଗ ଏବଂ ଜାତିସଂଘ ଓ ‘ବ୍ରିକ୍ସ୍‍’ ସମେତ ଆନ୍ତର୍ଜାତିକ କ୍ଷେତ୍ରରେ ରୁଷ୍‌ ଓ ଭାରତର ଦୃଷ୍ଟିଭଙ୍ଗୀ କଥା ମଧ୍ୟ ଆଲୋଚନା କରିବେ।

ଏହା ବ୍ୟତିରେକେ, ଦୁଇ ପକ୍ଷ ସକ୍ରିୟ ରାଜନୈତିକ ଆଲୋଚନା, ବାଣିଜ୍ୟ ଏବଂ ଅର୍ଥନୀତି, ସାମରିକ ଏବଂ ବୈଷୟିକ ସମ୍ବନ୍ଧ, ବିଜ୍ଞାନ କ୍ଷେତ୍ର, ସାଂସ୍କୃତିକ ଏବଂ ମାନବିକ ସମ୍ପର୍କ କ୍ଷେତ୍ରରେ ବିଶେଷ ସକ୍ରିୟ ଥିବା କଥା ମଧ୍ୟ ଏହି ବିବୃତିରେ ଉଲ୍ଲେଖ ଅଛି।

ଭାରତ ଗସ୍ତ ଶେଷ କରି ଲାଭ୍ରୋଭ୍‌ ଏପ୍ରିଲ୍‌ ୬-୭ରେ ପାକିସ୍ତାନ ଗସ୍ତରେ ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe