ରୁଷ୍‌ ବିଦେଶ ମନ୍ତ୍ରୀଙ୍କ ଚେତାବନୀ: ୟୁକ୍ରେନ୍‌ରେ ପୂର୍ଣ୍ଣ ନିୟନ୍ତ୍ରଣ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ

Advertisment

ପରମାଣୁ ଯୁଦ୍ଧ କଥା ପଶ୍ଚିମ ନେତାମାନେ ଚିନ୍ତା କରୁଛନ୍ତି

ପରମାଣୁ ଯୁଦ୍ଧ କଥା ପଶ୍ଚିମ ନେତାମାନେ ଚିନ୍ତା କରୁଛନ୍ତି

ରୁଷ୍‌ ବିଦେଶ ମନ୍ତ୍ରୀଙ୍କ ଚେତାବନୀ: ୟୁକ୍ରେନ୍‌ରେ ପୂର୍ଣ୍ଣ ନିୟନ୍ତ୍ରଣ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ

The Times of Israel

ମସ୍କୋ : ୟୁକ୍ରେନରେ ଯୁଦ୍ଧ ବନ୍ଦ ପାଇଁ ରୁଷ୍‌ କଥାବାର୍ତ୍ତା ନିମନ୍ତେ ପ୍ରସ୍ତୁତ ଅଛି। ତେବେ ରୁଷ୍‌ର ସୁରକ୍ଷା ସଂପର୍କିତ ସର୍ତ୍ତ ଉଲ୍ଲଂଘନ ହେଲେ ୟୁକ୍ରେନ୍‌କୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ବୋଲି ରୁଷ୍‌ ବିଦେଶ ମନ୍ତ୍ରୀ ସର୍ଜୟି ଲାଭରୋଭ କହିଛନ୍ତି। ରୁଷ୍‌ ଲଗାତାର ଭାବେ ୟୁକ୍ରେନ୍‌ର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଧ୍ବଂସ କରିବ ଏବଂ ଏହି ପ୍ରକ୍ରିୟା ବନ୍ଦ ହେବନାହିଁ। କିଛି ନାଟୋ ରାଷ୍ଟ୍ର ରୁଷ୍‌ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ କୌଣସି ସ୍ଥିତିରେ ବି ରୁଷ୍‌ ଶେଷ ପର୍ଯ୍ୟନ୍ତ ୟୁକ୍ରେନ୍‌ରେ ସାମରିକ ଅପରେସନ୍‌ ଜାରି ରଖିବ ବୋଲି ସେ କହିଛନ୍ତି। ରୁଷ୍‌ ପରମାଣୁ ଯୁଦ୍ଧ ସମ୍ପର୍କରେ ଚିନ୍ତା କରୁନାହିଁ ବୋଲି ଲାଭରୋଭ କହିଛନ୍ତି। ପରମାଣୁ ଯୁଦ୍ଧ କଥା ପଶ୍ଚିମ ନେତାମାନଙ୍କ ମୁଣ୍ଡରେ ଅଛି ଏବଂ ସେମାନେ ହିଁ ଆତଙ୍କ ବଢ଼ାଉଛନ୍ତି ବୋଲି ଲାଭରୋଭ କହିଛନ୍ତି। ଲାଭରୋଭ ଆମେରିକାକୁ ଫ୍ରାନ୍ସ ସମ୍ରାଟ ନେପୋଲିଅନ ବୋନାପାର୍ଟ ଏବଂ ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡଲଫ୍‌ ହିଟଲରଙ୍କ ସହ ତୁଳନା କରିଛନ୍ତି। ଲାଭ‌େରୋଭ କହିଛନ୍ତି, ଚଳିତ ସପ୍ତାହରେ ରୁଷ୍‌ ପ୍ରତିନିଧି ଦଳ ୟୁକ୍ରେନ୍‌ ପ୍ରତିନିଧିଙ୍କୁ ରୁଷ୍‌ର ଦାବି ଜଣାଇ ଦେଇଛନ୍ତି। ଏଥିରେ ନାଟୋ ଦଖଲ କଲେ ନିସ୍ତାର ମିଳିବନି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe