Image Courtesy of India Today
କିବ୍: ରୁଷୀୟ ଆକ୍ରମଣକାରୀଙ୍କର ବିପୁଳ ଅସ୍ତ୍ରଶସ୍ତ୍ର ଅଛି, କିନ୍ତୁ ୟୁକ୍ରେନ୍କୁ ଜିଣିବା ପାଇଁ ସେମାନଙ୍କର ସାମର୍ଥ୍ୟ କିଂବା ମନୋବଳ ନାହିଁ ବୋଲି ଆଜି ସକାଳେ ଏକ ଭିଡିଓ ବାର୍ତ୍ତାରେ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି।
ଫେବ୍ରୁଆରି ୨୪ ତାରିଖରେ ଆକ୍ରମଣ ଆରମ୍ଭ କରିଥିବା ରୁଷୀୟ ସେନାଙ୍କ ବିରୋଧରେ ନିଜ ଦେଶବାସୀଙ୍କୁ ଏକତ୍ର କରିବା ଲାଗି ୟୁକ୍ରେନୀୟ ରାଷ୍ଟ୍ରପତି ନିୟମିତ ସାମାଜିକ ଗଣମାଧ୍ୟମରେ ଭିଡିଓ ବାର୍ତ୍ତା ରିଲିଜ୍ କରୁଛନ୍ତି।
ସଦ୍ୟତମ ଭିଡିଓ ବାର୍ତ୍ତାର ପରିଚୟୋକ୍ତିରେ ସେ ଲେଖିଛନ୍ତି, ରୁଷୀୟ ଆକ୍ରମଣକାରୀମାନେ ଆମକୁ ଜିଣି ପାରିବେ ନାହିଁ। ତାଙ୍କର ସେଭଳି ସାମର୍ଥ୍ୟ ନାହିଁ। ତାଙ୍କର ସେଭଳି ମନୋବଳ ନାହିଁ। ସେମାନେ କେବଳ ହିଂସାକାଣ୍ଡ ଭିଆଇ ଚାଲିଛନ୍ତି। କେବଳ ଆତଙ୍କ ସୃଷ୍ଟି କରି ଚାଲିଛନ୍ତି। ସେମାନେ କେବଳ ଅସ୍ତ୍ର ପ୍ରୟୋଗ କରୁଛନ୍ତି। କାରଣ ତାଙ୍କ ପାଖରେ ବିପୁଳ ଅସ୍ତ୍ରଶସ୍ତ୍ର ଅଛି।
Image Courtesy of India Todayରାଷ୍ଟ୍ରପତି ଜେଲେନ୍ସ୍କି ଆହୁରି ମଧ୍ୟ କହିଛନ୍ତି ଯେ, ସ୍ବାଭାବିକ ଜୀବନ ଧାରା ସୃଷ୍ଟି କରିବା ପାଇଁ ଆକ୍ରମଣକାରୀଙ୍କର ମୌଳିକ ଭିତ୍ତି ନାହିଁ। ଜୀବନକୁ ସ୍ବାଭାବିକ ଢଙ୍ଗରେ ଚଲାଇବା ପାଇଁ ସେମାନେ ମୂଳତଃ ଅସମର୍ଥ। ରୁଷ୍ ଆକ୍ରମଣ କରିଥିବା ଅଞ୍ଚଳରେ ଲୋକେ ସ୍ବପ୍ନ ଦେଖିବା ମଧ୍ୟ ସମ୍ଭବପର ହେଉନାହିଁ। ଯେହେତୁ, ସ୍ବାଭାବିକ ଜୀବନଯାପନ ପାଇଁ ଆକ୍ରମଣକାରୀମାନଙ୍କର ପ୍ରବୃତ୍ତି ଅସ୍ତିମଜ୍ଜାଗତ ନୁହେଁ। ତେଣୁ, ଲୋକେ ଖୁସି ହୋଇ ସ୍ବପ୍ନ ଦେଖି ପାରିବେ। ରୁଷ୍ ଯେଉଁ ସବୁ ବିଦେଶୀ ମାଟିକୁ ଯାଇଛି, ସେଠାରେ ସ୍ବପ୍ନ ଦେଖିବା ବି ଅସମ୍ଭବ ହୋଇଯାଇଛି। ଏହା ନୂଆ କଥା ନୁହେଁ।
ଶନିବାର ରାତିରେ ସେ ଦେଶବାସୀଙ୍କୁ ଉଦ୍ବୋଧ ଦେବା ବେଳେ ଦୋଷାରୋପ କରିଥିଲେ ଯେ, ଦେଶକୁ ଭାଗ ଭାଗ କରିବା ଲାଗି ରୁଷ୍ ୟୁକ୍ରେନ୍ରେ ‘ମିଥ୍ୟା-ସାଧାରଣତନ୍ତ୍ର’ ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଅର୍ଥାତ୍ ୟୁକ୍ରେନ୍ର ବିଭିନ୍ନ ପ୍ରଦେଶକୁ ଗୋଟାଏ ଗୋଟାଏ ସ୍ବତନ୍ତ୍ର ଦେଶ ଭାବେ ଘୋଷଣା କରୁଛି।
Follow Us