ପୁଟିନ୍‌ ଘୋଷଣା କରିବାର ୩୦ ମିନିଟ୍‌ ଆଗରୁ ଆରମ୍ଭ ହୋଇଥିଲା ୟୁକ୍ରେନ୍ ଆକ୍ରମଣ: ରିପୋର୍ଟ

Advertisment
ପୁଟିନ୍‌ ଘୋଷଣା କରିବାର ୩୦ ମିନିଟ୍‌ ଆଗରୁ ଆରମ୍ଭ ହୋଇଥିଲା ୟୁକ୍ରେନ୍ ଆକ୍ରମଣ: ରିପୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ଫେବ୍ରୁଆରି ୨୪ ତାରିଖ ଦିନ ପୁଟିନ୍‌ ଘୋଷଣା କରିବାର ୩୦ ମିନିଟ୍‌ ଆଗରୁ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିଥିବା କଥା କ୍ରାଇମିଆର ଗୋଟାଏ ୱେବ୍‌କ୍ୟାମ୍‌ରୁ ଜଣାପଡ଼ିଥିବା କଥା ‘ବିଏନ୍‌ଓ ନିଉଜ୍’ ଟୁଇଟ୍‌ କରିଛି।

‘ବିଏନ୍‌ଓ ନିଉଜ୍’ ସେୟାର୍‌ କରିଥିବା ଉକ୍ତ ୱେବ୍‌କ୍ୟାମ୍‌ ଫୁଟେଜ୍‌ର ସ୍କ୍ରିନ୍‌ସଟ୍‌ରେ ଦେଖାଯାଉଛି ରୁଷ୍‌ର ଜଣେ ସୈନିକ ୟୁକ୍ରେନ୍‌ ସୀମାକୁ ଲାଗିଥିବା କ୍ରାଇମିଆ ଚେକ୍‌ପଏଣ୍ଟ୍‌କୁ ବନ୍ଧୁକ ନେଇ ଯାଉଛନ୍ତି।

publive-image Image Courtesy of The Kyiv Independent

ସ୍ମରଣଯୋଗ୍ୟ, ଫେବ୍ରୁଆରି ୨୪ ତାରିଖ ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ରେ ସାମରିକ ଆକ୍ରମଣ ଆରମ୍ଭ କରିଥିଲେ। ବୁଧବାର ସୁଦ୍ଧା ‘ନାଟୋ’ କରିଥିବା ଆକଳନ ଅନୁସାରେ, ୪ ସପ୍ତାହ ଧରି ଚାଲିଥିବା ୟୁକ୍ରେନ୍‌ ଯୁଦ୍ଧରେ ୭,୦୦୦ରୁ ୧୫୦୦୦ ରୁଷୀୟ ସୈନିକ ନିହତ ‌ହୋଇଛନ୍ତି। ୟୁକ୍ରେନୀୟମାନଙ୍କ ପ୍ରବଳ ପ୍ରତିରୋଧ ମସ୍କୋକୁ ବିଜୟୀ ହେବାରେ ବାଧା ସୃଷ୍ଟି କରୁଛି।

ପାଶ୍ଚାତ୍ୟ ଦେଶ ଯୋଗାଇ ଦେଇଥିବା ଅସ୍ତ୍ରଶସ୍ତ୍ରଦ୍ବାରା ୟୁକ୍ରେନୀୟ ସୈନିକମାନେ ଆକ୍ରମଣ କରି ଘଟଣାସ୍ଥଳରୁ ଖସି ପଳାଉଥିବାରୁ ରୁଷୀୟ ସ୍ଥଳବାହିନୀର ଗତି ମନ୍ଥର ହୋଇଯାଉଥିବା ବେଳେ କେତେକ ସ୍ଥାନରେ ସେମାନେ ଅଟକି ଯାଉଛନ୍ତି। ରୁଷ୍‌ ସେନା କିନ୍ତୁ, ବହୁ ଦୂରରେ ରହି ନିରୁପିତ ସ୍ଥାନଗୁଡ଼ିକ ଉପରେ ବୋମାବର୍ଷଣ କରୁଛି। ସିରିୟା ଏବଂ ଚେଚନ୍ୟାକୁ ଧ୍ବଂସସ୍ତୂପରେ ପରିଣତ କରିବା ପାଇଁ ରୁଷ୍‌ ଯେଉଁ କୌଶଳ ଅବଲମ୍ବନ କରିଥିଲା, ଏଠାରେ ମଧ୍ୟ ସେହି ଏକା କୌଶଳ ଉପଯୋଗ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe