ବଡ଼ ଆକ୍ରମଣ ପାଇଁ ରୁଷ୍‌ ସେନା ପ୍ରସ୍ତୁତ ହେଉଛି: ଜେଲେନ୍‌ସ୍କି

Advertisment
ବଡ଼ ଆକ୍ରମଣ ପାଇଁ ରୁଷ୍‌ ସେନା ପ୍ରସ୍ତୁତ ହେଉଛି: ଜେଲେନ୍‌ସ୍କି

India.com

କିବ୍‌ : ୟୁକ୍ରେନ୍‌ର ପୂର୍ବ ଏବଂ ଦକ୍ଷିଣ ଭାଗରେ ଜୋରଦାର ଆକ୍ରମଣ ପାଇଁ ରୁଷ୍‌ ନିଜ ସେନାକୁ ଏକଜୁଟ୍‌ କରୁଛି। ଚଳିତ ସପ୍ତାହରେ ରୁଷ୍‌ କିବ୍‌ ଏବଂ ଚେର୍ନିହିବରୁ ସେନା ପ୍ରତ୍ୟାହାର ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିନି। ରୁଷ୍‌ ସେନା ପ୍ରତ୍ୟାହାର କରିବା ବଦଳରେ ବଡ଼ ଧରଣର ଆକ୍ରମଣ ପାଇଁ ସେନା ଠୁଳ କରୁଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି। ରୁଷ୍‌ ଏବେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଉପରେ ଫୋକସ୍‌ କରିଛି।

ଜେଲେନ୍‌ସ୍କି କହିଛନ୍ତି, ଦେଶର ଦକ୍ଷିଣ ଏବଂ ପୂର୍ବରେ ସ୍ଥିତି ଖୁବ୍‌ ଜଟିଳ ରହିଛି। ମାରିୟୁପୋଲ୍‌ରେ ବି ଆକ୍ରଣ ଜାରି ରହିଥିବାବେଳେ ଆଜି ମାରିୟୁପୋଲ୍‌ରୁ ନାଗରିକଙ୍କୁ ଖାଲି କରିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୟୁକ୍ରେନ୍‌ର ପୂର୍ବ ଅଞ୍ଚଳ ଲୁହାଂସ୍କର ଅନେକ ସହରରେ ଜୋରଦାର ଗୋଳାବର୍ଷା ହୋଇଛି। ଏଥିରେ ଶତାଧିକ କୋଠା ଧ୍ବସ୍ତ ହୋଇଛି ଏବଂ ୨ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe