The Economic Times
ମସ୍କୋ : ରୁଷିଆର ଏମର୍ଜେନ୍ସି ମନ୍ତ୍ରୀ ୟେବନେଗି ଜିନିଚେବ (୫୫) ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଛନ୍ତି। ବୁଧବାର ଏକ ତାଲିମ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମନ୍ତ୍ରୀ ଜିନିଚେବ ଜଣେ କ୍ୟାମେରାମ୍ୟାନଙ୍କୁ ପାଣି ନିକଟରେ ଥିବା ଉଚ୍ଚ ପଥର କଡ଼ରେ ଛିଡ଼ା ହୋଇ ସାକ୍ଷାତକାର ଦେଉଥିଲେ। ସେହି ସମୟରେ ହଠାତ୍ କ୍ୟାମେରାମ୍ୟାନ ପାଣି ଭିତରକୁ ଖସି ପଡ଼ିଥିଲେ। ତାଙ୍କ ଜୀବନ ରକ୍ଷା କରିବାକୁ ଯାଇ ମନ୍ତ୍ରୀ ମଧ୍ୟ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ତେବେ ସେହି ସମୟରେ ସେ ପାଣି ଭିତରୁ ଉଠିବା ବେଳେ ଆଉ ଏକ ପଥରରେ ପିଟି ହୋଇ ମୃତ୍ୟୁବରଣ କରିଥିଲେ। ୨୦୧୮ ମେ’ରେ ତାଙ୍କୁ ଏମର୍ଜେନ୍ସି ମନ୍ତ୍ରାଳୟ ମୁଖ୍ୟ ନିଯୁକ୍ତ କରାଯାଇଥିଲା। ସେ ମଧ୍ୟ ରୁଷ୍ ସୁରକ୍ଷା ପରିଷଦର ସଦସ୍ୟ ଥିଲେ। ଦୁର୍ଘଟଣାରେ କ୍ୟାମେରାମ୍ୟାନଙ୍କର ମଧ୍ୟ ମୃତ୍ୟୁ ହୋଇଛି।
Follow Us