ପୋଲାଣ୍ଡ୍‌ ସୀମାବର୍ତ୍ତୀ ୟୁକ୍ରେନ୍‌ ସାମରିକ ଘାଟିରେ ୮ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ୍‌

Advertisment
ପୋଲାଣ୍ଡ୍‌ ସୀମାବର୍ତ୍ତୀ ୟୁକ୍ରେନ୍‌ ସାମରିକ ଘାଟିରେ ୮ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ୍‌

Image Courtesy of India Today

ନୂଆଦିଲ୍ଲୀ: ପୋଲାଣ୍ଡ୍‌ ସୀମାନ୍ତବର୍ତ୍ତୀ ୟୁକ୍ରେନ୍‌ର ପଶ୍ଚିମାଞ୍ଚଳ ନଗରୀ ଲିଭିଭ୍ ବାହାରେ ଥିବା ଏକ ସାମରିକ ପ୍ରଶିକ୍ଷଣ ପ୍ରାନ୍ତରରେ ରୁଷୀୟ ସେନା ଏକାଧିକ କ୍ଷେପଣାସ୍ତ୍ର ନି‌କ୍ଷେପ କରିଥିବା କଥା ଆଜି ଜଣେ ସ୍ଥାନୀୟ ସରକାରୀ ଅଧିକାରୀ କହିଛନ୍ତି।

‘ଫେସ୍‌ବୁକ୍‌ ପେଜ୍‌’ରେ ଲିଭିଭ୍‌ ଆଞ୍ଚଳିକ ପ୍ରଶାସନର ମୁଖ୍ୟ ମ୍ୟାକ୍ସିମ୍‌ କୋଜିତ୍‌ସ୍କି କହିଛନ୍ତି, ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ପିସ୍‌କିପିଙ୍ଗ୍‌ ଆଣ୍ଡ୍‌ ସିକ୍ୟୁରିଟି’ ଉପରେ ରୁଷୀୟ ବିମାନ ଆକ୍ରମଣ କରିଛି।

ଲିଭିଭ୍‌ର ଉତ୍ତରପଶ୍ଚିମକୁ ପ୍ରାୟ ୪୦ କିଲୋମିଟର୍‌ ଦୂରରେ ଲିଭିଭ୍‌ ଓବ୍ଲାଷ୍ଟ୍‌ରେ ଅବସ୍ଥିତ ଉପରୋକ୍ତ ସାମରିକ ଘାଟି ଉପରକୁ ୮ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା କଥା ସେ କହିଛନ୍ତି।

ଏହି ଆକ୍ରମଣରେ କେହି ମୃତାହାତ ହୋଇଥିବା ସମ୍ବାଦ ଏଯାବତ୍‌ ମିଳିନାହିଁ ବୋଲି ‘ଦି କିବ୍‌ ଇଣ୍ଡିପେଣ୍ଡାଣ୍ଟ୍‌’ ରିପୋର୍ଟ କରିଛି।

publive-image Image Courtesy of Deccan Herald

ଆଜି ପ୍ରତ୍ୟୁଷରେ ଲିଭିଭ୍‌ ନିକଟରେ ଶୁଭିଥିବା ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ହେଉଛି ରୁଷୀୟ କ୍ଷେପଣାସ୍ତ୍ର ବିପକ୍ଷରେ ୟୁକ୍ରେନ୍‌ ‘ଏୟାର୍‌ ଡିଫେନ୍‌ସ୍‌’ ପ୍ରତିରୋଧର ପରିଣାମ ବୋଲି ସ୍ଥାନୀୟ ବିଧାୟକ ଇଗୋର୍‌ ଜିଙ୍କେଭିଚ୍‌ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ଲେଖିଛନ୍ତି, ସମସ୍ତ ସାମରିକ ୟୁନିଟ୍‌ ପୂର୍ଣ୍ଣକ୍ଷମ ହୋଇ କାମକରୁଛି। ଅତିରିକ୍ତ ସୂଚନା ସେ ଅଞ୍ଚଳର ମୁଖ୍ୟଙ୍କ ଠାରୁ ମିଳିବ।

ଏହା ବ୍ୟତିରେକେ, ଆଜି ପ୍ରତ୍ୟୁଷରେ ରୁଷୀୟ ସେନା ଇଭାନୋ-ଫ୍ରାଙ୍କିଭିସ୍କ୍‌ରେ ଥିବା ବିମାନଘାଟି ଉପରେ ଆକ୍ରମଣ କରିଥିବା କଥା ସହରର ମେୟର୍‌ ରଷ୍‌ଲାନ୍‌ ମାର୍ଟସିନ୍‌କିଭ୍‌ କହିଛନ୍ତି। କ୍ରମାଗତ ଦୁଇ ଦିନ ହେବ ରୁଷ୍‌ ସେନା ଉକ୍ତ ବିମାନଘାଟି ଉପରେ ଆକ୍ରମଣ କରିଥିବା କଥା ସେ ରିପୋର୍ଟ କରିଛନ୍ତି। ବିମାନ ବନ୍ଦର ଆଖପାଖରେ ବସବାସ କରୁଥିବା ‌ଜନସାଧାରଣଙ୍କୁ ଅନ୍ୟତ୍ର ଚାଲିଯିବା ପାଇଁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe