ଭାରତର ‘ଜି୨୦’ ପ୍ରସ୍ତୁତିକୁ ନିନ୍ଦା କରିଥିବା ପାଶ୍ଚାତ୍ୟ ଗଣମାଧ୍ୟମକୁ ତୀବ୍ର ସମାଲୋଚନା କଲା ରୁଷୀୟ ସମ୍ବାଦପତ୍ର

Advertisment
ଭାରତର ‘ଜି୨୦’ ପ୍ରସ୍ତୁତିକୁ ନିନ୍ଦା କରିଥିବା ପାଶ୍ଚାତ୍ୟ ଗଣମାଧ୍ୟମକୁ ତୀବ୍ର ସମାଲୋଚନା କଲା ରୁଷୀୟ ସମ୍ବାଦପତ୍ର

Image Courtesy of Flipboard

ନୂଆଦିଲ୍ଲୀ: ଭାରତର ‘ଜି୨୦’ ଶିଖର ସମ୍ମିଳନୀ ଆୟୋଜନକୁ ନିନ୍ଦା କରିଥିବା ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ଗଣମାଧ୍ୟମକୁ ରୁଷ୍‌ ତୀବ୍ର ସମାଲୋଚନା କରିଛି।

ଭାରତର ‘ଜି୨୦’ ଅଧ୍ୟକ୍ଷତାକୁ ସମଗ୍ର ବିଶ୍ବ ପ୍ରଶଂସା କରୁଥିବା ବ‌େଳେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ‘ଜି୨୦ ନୂଆଦିଲ୍ଲୀ ଘୋଷଣାନାମା’କୁ ଦୃଢ଼ ନିନ୍ଦା କରିବା ସହିତ ଶିଖର ସମ୍ମିଳନୀ ପ୍ରସ୍ତୁତିକୁ କଟୂ ସମାଲୋଚନା କରିଛନ୍ତି।

କିନ୍ତୁ, ବନ୍ଧୁତ୍ବଦୃଷ୍ଟିରୁ ସବୁ ସମୟରେ ଭାରତକୁ ସମର୍ଥନ କରୁଥିବା ରୁଷ୍‌ ସେମାନଙ୍କୁ ଠିକଣା ଜବାବ ଦେଇଛି। ଭାରତରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମାଲୋଚନା କରିଥିବା ପାଶ୍ଚାତ୍ୟ ଗଣମାଧ୍ୟମକୁ ପାଲଟା ସମାଲୋଚନା କରି ରୁଷୀୟ ସମ୍ବାଦପତ୍ର ‘ଦି ରସା ଟାଇମ୍‌ସ୍‌’ (ଆର୍‌ଟି) ଦୃଢ଼ତାର ସହିତ ଉଲ୍ଲେଖ କରିଛି ଯେ, ପାଶ୍ଚାତ୍ୟ ଗଣମାଧ୍ୟମ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି।

publive-image Image Courtesy of Los Angeles Times

‘ଦି ରସା ଟାଇମ୍‌ସ୍‌’ ଗୁରୁତ୍ବାରୋପ କରି କହିଛି, ‘ଜି୨୦’ ଶିଖର ସମ୍ମିଳନୀ ପାଇଁ ଭାରତ ଉତ୍କୃଷ୍ଟଧରଣର ଆୟୋଜନ କରିଥିଲା। ସେଥିରେ କେତେକ ତ୍ରୁଟିବିଚ୍ୟୁତି ଥାଇପାରେ, କିନ୍ତୁ ଆୟୋଜନ ପ୍ରଶଂସାଯୋଗ୍ୟ।

ପାଶ୍ଚାତ୍ୟ ଗଣମାଧ୍ୟମକୁ ସମାଲୋଚନା କରି ‘ଦି ରସା ଟାଇମ୍‌ସ୍‌’ ଆହୁରି ମଧ୍ୟ ଲେଖିଛି ଯେ, ବିଶ୍ବର ବୃହତ୍ତମ ଅର୍ଥନୀତିମାନଙ୍କର ସଙ୍ଗଠନ ‘ଜି୨୦’କୁ ଭାରତ ପ୍ରଥମ ଥର ପାଇଁ ମହାଆଡ଼ମ୍ବରରେ ଆୟୋଜନ କରିଥିଲ‌ା। କିନ୍ତୁ, ପାଶ୍ଚାତ୍ୟ ଗଣମାଧ୍ୟମ ସବୁ ତାହା ଉପରେ ଧ୍ୟାନ ନ ଦେଇ ନକରାତ୍ମକ ସମ୍ବାଦ ପରିବେଶଣ କରୁଛନ୍ତି। ଏହା ଖୁବ ଦୁଃଖଦାୟକ।

ସୂଚନାଯୋଗ୍ୟ, ସହର ସୌନ୍ଦର୍ଯ୍ୟକରଣ ଅଭିଯାନ ସମୟରେ ଭାରତୀୟ ସରକାରୀ କର୍ତ୍ତୃପକ୍ଷମାନେ ବସ୍ତି ଉଚ୍ଛେଦ କରିଥିବା ଘଟଣା ଉପରେ ପାଶ୍ଚାତ୍ୟ ଗଣମାଧ୍ୟମ ସବୁ ରିପୋର୍ଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe