ନୂଆଦିଲ୍ଲୀ: ଅପେକ୍ଷାକୃତ ସୁଲଭ ମୂଲ୍ୟରେ ରୁଷ ତେଲ ପାଇବାର ସମୟ ଆସନ୍ତା ମାସରୁ ଶେଷ ହେବ। ଆଉ ପୂର୍ବ ଭଳି ବିପୁଳ ପରିମାଣର ରୁଷ ତେଲକୁ ଭାରତ କିଣିପାରିବ ନାହିଁ। ଆମେରିକା ପ୍ରଶାସନ ରୁଷର ଦୁଇଟି ପ୍ରମୁଖ ତୈଳ କମ୍ପାନି ଉପରେ କଟକଣା ଲଗାଇଥିବାରୁ ଯୋଗାଣ ପ୍ରଭାବିତ ହେବ। ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷକୁ ଚାପରେ ରଖିବା ଲାଗି ଆମେରିକା, ୟୁରୋପୀୟ ସଂଘ ଓ ବ୍ରିଟେନ କଠୋର କଟକଣା ଲଗାଇଛନ୍ତି। ସେମାନେ ରୁଷ୍ର ପ୍ରମୁଖ ଆୟ ଉତ୍ସ ତୈଳ କ୍ଷେତ୍ରକୁ ପ୍ରଭାବିତ କରିବା ଭଳି ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ରୁଷରୁ ଭାରତ ଦୈନିକ ୧୮ ଲକ୍ଷ ବ୍ୟାରେଲ ତେଲ କିଣୁଛି। ଆସନ୍ତା ମାସଠାରୁ ତାହା ଦୈନିକ ୬ ଲକ୍ଷ ବ୍ୟାରେଲକୁ ଖସିଯିବ ବୋଲି ଆକଳନ କରାଯାଇଛି। ଅଧିକ ତେଲ କିଣି ବିଶ୍ବର ତିନି ପ୍ରମୁଖ ମହାଶକ୍ତିକୁ ଭାରତ ରଗାଇବାକୁ ଚାହୁନାହିଁ। ତେଣୁ ରୁଷ ତେଲର ବିକଳ୍ପ କ’ଣ ହୋଇପାରିବ ତାହା ଉପରେ ବିଶୋଧନକାରୀମାନେ ବିଚାର କରୁଛନ୍ତି।
Tahsildar beaten up by sand mafia: ସରକାରଙ୍କ ନାଲିଆଖିକୁ ଫୁ... ତହସିଲଦାରଙ୍କୁ ବାଲିମାଫିଆ ପିଟିଲେ
'Environmental permit: ‘ପିଛିଲା ତାରିଖରେ ପରିବେଶ ଅନୁମତି ବୈଧ’
ଆମେରିକା ପକ୍ଷରୁ ରୁଷ୍ର ଦୁଇ ତୈଳ କମ୍ପାନି ରୋଜନେଫ୍ଟ ଓ ଲୁକୋଇଲ ଉପରେ କଟକଣା ଲଗାଯାଇଛି। ଏହି କଟକଣା ଚଳିତ ମାସ ୨୧ରୁ ଲାଗୁ ହୋଇଛି। ସେମାନଙ୍କ ସହ କାରବାର ବନ୍ଦ କରିବା ଲାଗି ସମସ୍ତଙ୍କୁ ଆହ୍ବାନ ଦିଆଯାଇଛି। ସେହିପରି, ୟୁରୋପୀୟ ୟୁନିୟନ ଲଗାଇଥିବା କଟକଣା ୨୦୨୬ ଜାନୁଆରି ୨୧ରୁ ଲାଗୁ ହେବାକୁ ଯାଉଛି। ଏହାଦ୍ବାରା ୬୦ ଦିନ ପୂର୍ବରୁ ଅଣାଯାଇଥିବା ରୁଷ ତେଲକୁ ବିଶୋଧନ କରି ପ୍ରସ୍ତୁତ କରାଯାଇଥିବା ଇନ୍ଧନକୁ କେହି ୟୁରୋପରେ ବିକ୍ରି କରିପାରିବେ ନାହିଁ। ଭାରତରେ ଇଣ୍ଡିଆନ ଅଏଲ, ନାୟରା ଏନର୍ଜି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତେଲ ଆମଦାନୀ କରୁଥିଲେ। ଆମେରିକା କଟକଣା ଲାଗୁ ହେବା ପୂର୍ବରୁ ନଭେମ୍ବରରେ ସେମାନେ ବିପୁଳ ପରିମାଣର ତେଲ କିଣି ଗଚ୍ଛିତ ରଖିବାକୁ ଉଦ୍ୟମ କରିଛନ୍ତି। ଅନ୍ୟ ପକ୍ଷରେ ମାଙ୍ଗାଲୋର ରିଫାଇନାରି ଆଣ୍ଡ୍ ପେଟ୍ରୋକେମିକାଲକ୍ସ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ, ଏଚପିସିଏଲ-ମିତ୍ତଲ ଏନର୍ଜି ଲିମିଟେଡ୍ ରୁଷ୍ ତେଲ କିଣା ବନ୍ଦ କରିଦେଇଛନ୍ତି।
Kotia: ସର୍ଭେ କରିବାକୁ କୋଟିଆ ଆସିଥିଲେ, ଅପଦସ୍ଥ ହୋଇ ଫେରିଲେ: ଆନ୍ଧ୍ର ବାବୁଙ୍କୁ ତଡ଼ିଲେ ପଟାଙ୍ଗି ବିଡିଓ
ଇଣ୍ଡିଆନ ଅଏଲ ଓ ଭାରତ ପେଟ୍ରୋଲିୟମ କଟକଣା ଲଗାଯାଇଥିବା ନ ଥିବା ସଂସ୍ଥାଠାରୁ ତେଲ କିଣୁଛନ୍ତି। ପୂର୍ବରୁ ଭାରତ ରୁଷ୍ରୁ ବିଶେଷ ତେଲ ମଗାଉ ନଥିଲା। ୨୦୧୯-୨୦ ବେଳକୁ ଭାରତର ମୋଟ ତେଲ ଆମଦାନୀରେ ରୁଷର ଭାଗ ମାତ୍ର ୧.୭ ପ୍ରିଶତ ଥିଲା। ୨୦୨୧-୨୨ ପର୍ଯ୍ୟନ୍ତ ତାହା ୨ ପ୍ରତିଶତରେ ସୀମିତ ରହିଥିଲା। ମାତ୍ର ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ରୁଷ ତେଲ ଶସ୍ତା ମିଳିଥିଲା। ତାହାର ସୁଯୋଗ ନେଇ ୨୦୨୨-୨୩ରେ ଭାରତ ୧୯ ପ୍ରତିଶତ ତେଲ ରୁଷରୁ ମଗାଇଥିଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ ସେହି ହାର ୩୨-୩୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/26/oil-2025-11-26-04-10-15.jpg)