ସଫଳତାର ସହ ମାରିୟୁପୋଲ୍‌କୁ ମୁକ୍ତ କରାଯାଇଛି: ଭ୍ଲାଦିମିର୍‌ ପୁଟିନ୍‌

Advertisment
ସଫଳତାର ସହ ମାରିୟୁପୋଲ୍‌କୁ ମୁକ୍ତ କରାଯାଇଛି: ଭ୍ଲାଦିମିର୍‌ ପୁଟିନ୍‌

Image Courtesy of India Today

ମସ୍କୋ: ୟୁକ୍ରେନୀୟ ନଗରୀ ମାରିୟୁପୋଲ୍‌କୁ ସଫଳତାର ସହ ମୁକ୍ତ କରାଯାଇଥିବା କଥା ଆଜି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଛନ୍ତି। (ୟୁକ୍ରେନ୍‌ ନିୟନ୍ତ୍ରଣରୁ ମୁକ୍ତ କରାଯାଇଛି)

ଆଜୋଭ୍‌ସ୍ତାଲ୍‌ ଇସ୍ପାତ କାରଖାନାକୁ ଛାଡ଼ି ମସଗ୍ର ନଗରୀ ମସ୍କୋ ନିୟନ୍ତ୍ରଣକୁ ଚାଲି ଆସିଛି ବୋଲି ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ କହିବା ପରେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍ ରୁଷ୍‌ର ମାରିୟୁପୋଲ୍‌ ମୁକ୍ତି ଅଭିଯାନକୁ ପ୍ରଶଂସା କରିଛନ୍ତି।

ଆକ୍ରମଣ କରିବା ପରିବର୍ତ୍ତେ ଆଜୋଭସ୍ତାଲ୍‌ ଇସ୍ପାତ କାରଖାନାକୁ ଅବରୋଧ କରିବା ଲାଗି କରିବା ଲାଗି ପୁଟିନ୍ ରୁଷୀୟ ସୈନିକମାନଙ୍କୁ କହିଥିଲେ। ସେ କହିଥିଲେ, ଶିଳ୍ପାଞ୍ଚଳକୁ ଏମିତି ଅବରୋଧ କର ଯେମିତି ମାଛିଟିଏ ବି ଖସି ଯାଇ ନ ପାରେ।

ତେଣେ, ମାରିୟୁପୋଲ୍‌କୁ ନିୟନ୍ତ୍ରଣ କରିଥିବା ରୁଷୀୟ ସୈନିକମାନେ ସାଧାରଣ ନାଗରିକମାନଙ୍କୁ ସତର୍କ କରାଇ କହିଛନ୍ତି, ଯଦି ସେମାନେ ପିନ୍ଧିଥିବା ପୋଷାକ ଉପରେ ଧଳା ଫିତା ନ ବାନ୍ଧନ୍ତି ତେବେ, ସେମାନଙ୍କୁ ଗୁଳି ମାରି ହତ୍ୟା କରାଯିବ। ଏହାଦ୍ବାରା ସେମାନେ ୟୁକ୍ରେନ୍‌ର ‘ସ୍ନାଇପର୍‌’ମାନଙ୍କୁ  (ଲକ୍ଷ୍ୟଭେଦୀ ବନ୍ଧୁକଧାରୀ) ସହଜରେ ଚିହ୍ନି ନିପାତ କରିବ ବୋଲି କୁହାଯାଉଛି।

publive-image Image Courtesy of India Today

ସେହିପରି, ଖାଦ୍ୟ ସାମଗ୍ରୀ ବିନା ଆଜୋଭ୍‌ସ୍ତାଲ୍‌ ଇସ୍ପାତ କାରଖାନାରେ ଅସଂଖ୍ୟ ସାଧାରଣ ନାଗରିକ (ଅଧିକାଂଶ ମହିଳା ଓ ପିଲା) ଓ ୟୁକ୍ରେନୀୟ ସୈନିକମାନେ ଫସିରହିଛନ୍ତି।

ରୁଷୀୟ ସୈନିକମାନେ ମାରିୟୁପୋଲ୍‌ ନଗରୀକୁ ଚାରିପଟୁ ବେଢ଼ି ରହିଛନ୍ତି। ଫେବ୍ରୁଆରି ୨୪ ତାରିଖ ଦିନ ଆରମ୍ଭ ହୋଇଥିବା ଯୁଦ୍ଧ ଅପେକ୍ଷା ଅଧିକ ଭୟଙ୍କର ଯୁଦ୍ଧ ଚାଲିଛି। ବନ୍ଦର ନଗରୀ ମାରିୟୁପୋଲ୍‌ର ଅବସ୍ଥା ଏମିତି ହୋଇଛି ଯେ, ପ୍ରାୟ ୧ ଲକ୍ଷ ଲୋକ ଖାଦ୍ୟ ଓ ଔଷଧପତ୍ର ବିନା ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe