ଋଷିଆରେ ଚର୍ଚ୍ଚା: ରାଷ୍ଟ୍ରପତି ପୁଟିନ ଗାଦି ଛାଡ଼ିବେ!

ଋଷିଆରେ ଚର୍ଚ୍ଚା: ରାଷ୍ଟ୍ରପତି ପୁଟିନ ଗାଦି ଛାଡ଼ିବେ!

ମସ୍କୋ: ଋଷିଆର ଲୋକପ୍ରିୟ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍‌ଙ୍କ ରାଜନୈତିକ ଅବସର ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଆଗାମୀ ନିର୍ବାଚନରେ ସେ ଲଢ଼ିଲେ ବିନା ଦ୍ୱିଧାରେ ଜିତିବେ ବୋଲି ତାଙ୍କ ଲୋକପ୍ରିୟତାରୁ ସ୍ପଷ୍ଟ ଅନୁମେୟ। ଏପରିକି ତାଙ୍କ ସପକ୍ଷରେ ୬୦ରୁ ୭୦ ପ୍ରତିଶତ ମତଦାନ ରହିବ ବୋଲି ରାଜନୀତି ବିଶାରଦଙ୍କ ମତ। ମାତ୍ର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଟିନ୍‌ ଜାତୀୟ ସ୍ତରର କୌଣସି ପ୍ରତ୍ୟକ୍ଷ ନିର୍ବାଚନରେ ଭାଗନେବାକୁ ଇଚ୍ଛା କରୁନଥିବା ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି। ରାଜନୀତି ଏବଂ ଶାସନ ପରିଚାଳନାରେ କ୍ଳାନ୍ତ ହୋଇପଡ଼ିଥିବା ପୁଟିନ୍‌ ଏଭଳି ଆଭିମୁଖ୍ୟ ରଖୁଥିବା ଅନୁମାନ କରାଯାଉଛି।

ଏହା ଦ୍ୱାରା ଋଷିଆବାସୀ ଜଣେ ଦକ୍ଷ, ଦୃଢ଼ ଏବଂ ଲୋକପ୍ରିୟ ବିଶ୍ୱସ୍ତରୀୟ ନେତାଙ୍କୁ ହରାଇବେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି। ଅପରପକ୍ଷେ, ଆସନ୍ତା ମାର୍ଚ୍ଚ ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ପକ୍ଷରୁ ମଧ୍ୟ ଜଣେ ସର୍ବସମ୍ମତ ନେତାଙ୍କ ନାମ ସାମନାକୁ ଆସିପାରୁନି। ତେଣୁ ଦେଶର ଜନସାଧାରଣଙ୍କ ମଙ୍ଗଳ ତଥା ଦେଶର ଭବିଷ୍ୟତ ପାଇଁ ଏକ ରାଜନୈତିକ ଅନିଶ୍ଚିତତା ଅବଶ୍ୟମ୍ଭାବୀ ହୋଇପଡ଼ିଛି। ପୁଟିନଙ୍କ ପରି ଜଣେ ସଫଳ ପ୍ରଶାସକଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ବିନା ଦେଶର ବିକାଶ, ପ୍ରଗତି ଏବଂ ଆନ୍ତର୍ଜାତିକ ପ୍ରଭାବ ଆଦି ଯାବତୀୟ ପ୍ରକ୍ରିୟା ଭୁଶୁଡ଼ି ପଡ଼ିବ ବୋଲି ବିଶେଷଜ୍ଞଙ୍କ ମତ। ଆସନ୍ତା ଡିସେମ୍ବର ଭିତରେ ନିଜର କାର୍ଯ୍ୟପନ୍ଥା ସମ୍ପର୍କରେ ପୁଟିନ୍‌ ସ୍ପଷ୍ଟ କରିବେ ବୋଲି ଆଶା କରାଯାଉଥିବା ବେଳେ ଏ ସମ୍ପର୍କରେ ତାଙ୍କର ସାମଗ୍ରିକ ନିରବତା ହିଁ ତାଙ୍କ ସରକାରୀ କଳକୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଛି। ତେବେ ସର୍ବୋପରି ଋଷିଆ ସମ୍ପ୍ରତି ଏକ ଭୀଷଣ ରାଜନୈତିକ ସଂକଟରେ ପଡ଼ିବା ଥୟ ବୋଲି ବିଭିନ୍ନ ବର୍ଗର ନାଗରିକମାନେ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe