ୟୁକ୍ରେନ୍‌ରେ ତ୍ରୁଟିଶୂନ୍ୟ ଆକ୍ରମଣ ପାଇଁ ‘ସ୍ପେସାଲ୍‌ ଅପରେସନ୍‌ ଫୋର୍ସ’କୁ ଧନ୍ୟବାଦ ଦେଲେ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌

ପୁଟିନ୍‌ଙ୍କୁ ସଭାପତି ପଦରୁ ନିଲମ୍ବିତ କଲା ଆନ୍ତର୍ଜାତିକ ଜୁଡୋ ମହାସଂଘ

Image Courtesy of India Today

ମସ୍କୋ: ୟୁକ୍ରେନ୍‌ରେ ତ୍ରୁଟିଶୂନ୍ୟ ଆକ୍ରମଣ ପାଇଁ ଆଜି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ରୁଷୀୟ ସଂଘର ସଶସ୍ତ୍ର ସେନାର ‘ସ୍ପେସାଲ୍‌ ଅପରେସନ୍‌ ଫୋର୍ସ’କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଆଜି କ୍ରେମ୍‌ଲିନ୍‌ରୁ ରିଲିଜ୍‌ ହୋଇଥିବା ବିବୃତିରେ ସେ କହିଛନ୍ତି, ରୁଷ୍‌ବାସୀ ଏବଂ ଆମର ମହାନ୍‌ ମାତୃଭୂମୀ ଲାଗି ତ୍ରୁଟିଶୂନ୍ୟ ଆକ୍ରମଣ ପାଇଁ ‘ସ୍ପେସାଲ୍‌ ଅପରେସନ୍‌ସ୍‌ ଫୋର୍ସେସ୍‌’ର କମାଣ୍ଡ୍‌, ଅଧିକାରୀ ଓ ପ୍ରତିଜ୍ଞା ପ୍ରତି ଅନୁଗତ ଥିବା ‘ସ୍ପେସାଲ୍‌ ଫୋର୍ସ’ ୟୁନିଟ୍‌ର ଅବରସପ୍ରାପ୍ତ ସେନାନୀଙ୍କୁ ଧନ୍ୟବାଦ ଜଣାଉଛି।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୪ ତାରିଖ ଗୁରୁବାର ଦିନ ରୁଷ୍‌ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ସେବେଠାରୁ ରୁଷୀୟ ସେନା ସମଗ୍ର ୟୁକ୍ରେନ୍‌ର ସାମରିକ ଘାଟି ଓ ଅନ୍ୟାନ୍ୟ ସ୍ଥାନଗୁଡ଼ିକ ଉପରେ ଆକ୍ରମଣ ଜାରି ରଖିଛି। ରୁଷୀୟ ସେନା ମଧ୍ୟ ରାଜଧାନୀ କିଏଭ୍‌ ଅଭିମୁଖେ ଅଗ୍ରସର ହେଉଛନ୍ତି।

publive-image Image Courtesy of NDTV

ଆଜି ମିଳିଥିବା ତଥ୍ୟ ଅନୁସାରେ, ରୁଷୀୟ ସେନା ୟୁକ୍ରେନ୍‌ର ଦ୍ବିତୀୟ ବୃହତ୍‌ ନଗର ଖାର୍କିଭ୍‌ରେ ବିସ୍ଫୋରଣ କରି ଗୋଟାଏ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ଧ୍ବଂସ କରିଦେବା ସହ ଦକ୍ଷିଣ ୟୁକ୍ରେନୀୟ ନଗର ଖେର୍ସୋନ୍‌ ଏବଂ ବେର୍ଡିୟାନ୍‌ସ୍କକୁ ସମ୍ପୂର୍ଣ୍ଣ ଅବରୋଧ କରି ଦେଇଛନ୍ତି। ଏହାଛଡ଼ା, ହେନିଚେସ୍କ୍‌ ସହର ଓ ଖେର୍ସୋନ୍‌ ପାଖରେ ଥିବା ଗୋଟାଏ ବିମାନ ବନ୍ଦରକୁ ଅକ୍ତିଆର କରିନେଇଛନ୍ତି।

ୟୁକ୍ରେନୀୟ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ସମ୍ପ୍ରତି କିଏଭ୍‌ରେ ପରିସ୍ଥିତି ଶାନ୍ତ ରହିଛି ଏବଂ ୟୁକ୍ରେନ୍‌ର ଓଡେଶାରେ ଥିବା ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପୁନଃକାର୍ଯ୍ୟକ୍ଷମ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe