Image Courtesy of The Economist
ମଦ୍ରିଦ୍: ମଙ୍ଗଳବାର ଦିନ ମଦ୍ରିଦ୍ ଉପକଣ୍ଠରେ କଡ଼ା ନିରାପତ୍ତା ବ୍ୟବସ୍ଥାରେ ଆୟୋଜିତ ‘ନାଟୋ’ ଶିଖର ସମ୍ମିଳନୀସ୍ଥଳରେ ଆମେରିକାର ରାଷ୍ଟ୍ରପତି ଓ ଅନ୍ୟ ବିଶ୍ବ ନେତାମାନଙ୍କ ଆଗମନକୁ ଅପେକ୍ଷା କରିଥିବା ବେଳେ ଆନ୍ତର୍ଜାତିକ ଅଧିକାରୀ ଏବଂ ସାମ୍ବାଦିକମାନେ ସେଠାରେ ଥିବା ରେସ୍ତୋରାଁ ‘ମେନୁ’ର ଶୀର୍ଷରେ ‘ରୁଷୀୟ ସାଲାଡ୍’ ଦେଖି ଆଚମ୍ବିତ ହୋଇଯାଇଥିଲେ।
ସ୍ପେନୀୟ ରେସ୍ତୋରାଁ ‘ମେନୁ’ରେ କଞ୍ଚା ମଟର, ଆଳୁ, ଗାଜର ଏବଂ ମେୟନିଜ୍ ମିଶ୍ରଣ ପ୍ରଧାନ ହୋଇଥିବା ବେଳେ ‘ନାଟୋ’ ଶିଖର ସମ୍ମଳନୀ ପାଇଁ ପ୍ରସ୍ତୁତ ମେନୁରେ ଏଭଳି ପରିବର୍ତ୍ତନ ବିସ୍ମୟର କାରଣ ହୋଇଥିଲା। ୟୁକ୍ରେନ୍ ଆକ୍ରମଣ କରିଥିବା ରୁଷ୍କୁ ନିରାପତ୍ତା ପାଇଁ ବିପଦ ବୋଲି ଏହି ଶିଖର ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ନୂଆ ରଣନୀତିରେ ‘ନାଟୋ’ ମେଣ୍ଟ ଅଭିହିତ କରିବ ବୋଲି ଆଶା କରାଯାଉଥିଲା।
‘ମେନୁ’ର ଷ୍ଟାଟର୍ରେ ଥିଲା ‘ରୁଷୀୟ ଶୈଳୀରେ ଆଳୁ ସାଲାଡ୍’, ‘ଆସର୍ଟେଡ୍ ସାଲାଡ୍’, ‘ଭେଜ୍ଟେବଲ୍ ଅଫ୍ ଦି ଡେ’, ‘ଥଣ୍ଡା ଟମାଟୋ ସୁପ୍’ ଇତ୍ୟାଦି।
Image Courtesy of The Watchdogସ୍ପେନୀୟ ଗଣମାଧ୍ୟମ ‘ଲା’ ସେକ୍ସଟା’କୁ ସାମ୍ବାଦିକ ଇନ୍କା ଲୋପିଜ୍ କହିଛନ୍ତି, ‘ନାଟୋ’ ଶିଖର ସମ୍ମଳନୀରେ ‘ରୁଷୀୟ ସାଲାଡ୍’? ଏଭଳି ‘ଡିସ୍’ ଚୟନ କରାଯାଇଥିବାରୁ ମୁଁ ଟିକେ ବିସ୍ମିତ ହୋଇଯାଉଛି।
କିନ୍ତୁ, ପ୍ରାପ୍ତ ସୂଚନା ଅନୁସାରେ, ନାଁ ଯାହା ହୋଇଥାଉ ପଛେ ଶ୍ବେତସାରରେ ସମୃଦ୍ଧ ଏହି ‘ଡିସ୍’ ଅଳ୍ପ କିଛି ସମୟ ମଧ୍ୟରେ ବିକ୍ରି ହୋଇଯାଇଥିଲା।
ସମୀକ୍ଷକମାନଙ୍କ କହିବା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ବେଳେ କେନ୍ଦ୍ରୀୟ ମଦ୍ରିଦ୍ରେ ଅବସ୍ଥିତ ‘ବାରୋକ୍ୟୁ ସାନ୍ତା କ୍ରୁଜ୍ ପାଲେସ୍’ରେ ଆୟୋଜିତ ଭୋଜି ସଭାରେ ଯୋଗ ଦେବାକୁ ଆସିଥିବା ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀମାନଙ୍କ ପାଇଁ ଏହି ‘ମେନୁ’ କୂଟନୈତିକ ଚିନ୍ତାଧାରାରେ ପୂର୍ଣ୍ଣ ଥିଲା।
‘ନାଟୋ’ ଶିଖର ସମ୍ମଳନୀ ପାଇଁ ଆୟୋଜିତ ଭୋଜନରେ ସହଯୋଗ କରିଥିଲେ ‘ନେଟ୍ଫ୍ଲିକ୍ସ ସିରିଜ୍’ର ‘ସେଫ୍ ଟେବଲ୍’ର ମୁଖ୍ୟ ସ୍ପେନୀୟ ସେଫ୍ ଜୋସ୍ ଆଣ୍ଡ୍ରେସ୍। ଭୋଜନରେ ସେ ଉତ୍କୃଷ୍ଟ ମାନର ‘ତାପା’ (ଏକ ଜାତୀୟ ସାଲାଡ୍) ବ୍ୟବସ୍ଥା କରି ସେଥିରେ ‘ଟମାଟୋ ଡମ୍ପଲିଙ୍ଗ୍’ ପକାଇ ତା’ର ନାଁ ଦେଇଥିଲେ ‘ୟୁକ୍ରେନୀୟ ସାଲାଡ୍’।
Follow Us