ରୁଷ୍‌ ସୈନିକମାନେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଛନ୍ତି, ମହିଳାଙ୍କ ଶବରେ ଚେଙ୍କ ଦେଇଛନ୍ତି: ୟୁକ୍ରେନୀୟ ସାଂସଦ

Advertisment
ରୁଷ୍‌ ସୈନିକମାନେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଛନ୍ତି, ମହିଳାଙ୍କ ଶବରେ ଚେଙ୍କ ଦେଇଛନ୍ତି: ୟୁକ୍ରେନୀୟ ସାଂସଦ

Image Courtesy of India Today

କିବ୍: ରୁଷୀୟ ସୈନିକମାନେ ୧୦ ବର୍ଷୀୟ ନାବାଳିକାମାନଙ୍କ ସହ ଦୁଷ୍କର୍ମ କରିଛନ୍ତି ଏବଂ ମହିଳାମାନଙ୍କ ଶବରେ ଉତ୍ତପ୍ତ ଧାତବ ଚେଙ୍କ (ଦାଗ) ଦେଇଛନ୍ତି ବୋଲି ଆଜି ଟୁଇଟ୍‌ କରି ୟୁକ୍ରେନୀୟ ସାଂସଦ ଲେସିଆ ଭାସିଲେଙ୍କ୍‌ ଦାବି କରିଛନ୍ତି।

ନାବାଳିକାମାନଙ୍କର ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ରହିଥିବା ବେଳେ ମହିଳାମାନଙ୍କ ଶରୀରରେ ‘ହୁକ୍‌ଡ୍‌ କ୍ରସ୍‌’ ଆକୃତିର ଚେଙ୍କ ଦାଗ ରହିଛି। ଭାରତୀୟ ସଙ୍କେତ ସହ ସାମଞ୍ଜସ୍ୟ ଥିବାରୁ ‘ହୁକ୍‌ଡ୍‌ କ୍ରସ୍‌’କୁ ସ୍ବସ୍ତିକ ମଧ୍ୟ କୁହାଯାଏ।

ଲେସିଆ ଭାସିଲେଙ୍କ୍‌ କହିଛନ୍ତି ଯେ, ରୁଷୀୟ ସୈନିକମାନେ ୟୁକ୍ରେନ୍‌ରେ ଲୁଟ୍‌ ତରାଜ, ଦୁଷ୍କର୍ମ ଓ ନରହତ୍ୟା କରିଛନ୍ତି। ତେଣୁ, ରୁଷ୍‌କୁ ସେ ‘ଅନୈତିକ ଅପରାଧର ଦେଶ’ ବୋଲି କହିଛନ୍ତି।

publive-image Image Courtesy of The Mirror

ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନିର୍ଯାତିତା ମହିଳାଙ୍କ ଶବ କହି ସେ ଗୋଟାଏ ଫଟୋ ମଧ୍ୟ ପୋଷ୍ଟ୍‌ କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, ମୁଁ ନିର୍ବାକ୍‌ ହୋଇଯାଇଛି। କ୍ରୋଧ, ଭୟ ଓ ଘୃଣାରେ ମୋ ମସ୍ତିଷ୍କ ସ୍ଥାଣୁ ହୋଇଯାଇଛି।

ସେହିପରି, ଆଉ ଜଣେ ୟୁକ୍ରେନୀୟ ସାଂସଦ କିରା ରୁଦିକ୍‌ ‘ଟାଇମ୍‌ସ୍‌ ରେଡିଓ’କୁ କହିଛନ୍ତି, ଗତକାଲି ମୁଁ ବୁଚାକୁ ଯାଇଥିଲି। ସେଠାରେ ମୁଁ ଯାହା ଦେଖିଲି, କଦାପି ଭୁଲି ପାରିବି ନାହିଁ। ରାସ୍ତାକଡ଼ରେ ଅନେକ ଶବ ପଡ଼ିଛି। ସେମାନଙ୍କୁ ହାତ ସବୁ ପଛଆଡୁଆ ବନ୍ଧାଯାଇଛି। ତାଙ୍କ ମୁଣ୍ଡ ପଛପଟେ ଗୋଟିଏ ଗୁଳିବିଦ୍ଧ ହୋଇଥିବାର କ୍ଷତ ଅଛି। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମହିଳାଙ୍କ ଦଗ୍ଧ ଶବ ମଧ୍ୟ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe