ଜାତିସଂଘ ମୁଖ୍ୟଙ୍କ ଗସ୍ତ ବେଳେ କିବ୍‌ରେ ପ୍ରଚଣ୍ଡ ଆକ୍ରମଣ କଲା ରୁଷୀୟ ସେନା

Advertisment
ଜାତିସଂଘ ମୁଖ୍ୟଙ୍କ ଗସ୍ତ ବେଳେ କିବ୍‌ରେ ପ୍ରଚଣ୍ଡ ଆକ୍ରମଣ କଲା ରୁଷୀୟ ସେନା

Image Courtesy of NDTV

କିବ୍: ଗୁରୁବାର ସନ୍ଧ୍ୟାରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ଗସ୍ତ ବେଳେ ରୁଷ୍‌ ସେନା ୟୁକ୍ରେନ୍‌ର ରାଜଧାନୀ କିବ୍‌ରେ ପ୍ରଚଣ୍ଡ ଆକ୍ରମଣ କରିଥିଲା। ଏପ୍ରିଲ୍‌ ମଧ୍ୟ ଭାଗରୁ କିବ୍‌ରେ ଏଭଳି ପ୍ରଚଣ୍ଡ ବୋମା ବିସ୍ଫୋରଣ ହୋଇ ନ ଥିବା କଥା ମେୟର୍‌ ଏବଂ ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’ର ପ୍ରତିନିଧି କହିଛନ୍ତି।

କିବ୍‌ର କେନ୍ଦ୍ରାଞ୍ଚଳ ଅନ୍ତର୍ଗତ ପଶ୍ଚିମ ପ୍ରାନ୍ତକୁ ପ୍ରଭାବିତ କରିଥିବା ଉକ୍ତ ବିସ୍ଫୋରଣରେ କେହି ମୃତାହତ ହୋଇଥିବା ସୂଚନା ତୁରନ୍ତ ମିଳି ପାରିନାହିଁ। କିନ୍ତୁ, ସେମାନେ ନିରାପଦ ଥିବା କଥା ଜାତିସଂଘ ମୁଖ୍ୟଙ୍କର ଜଣେ ଘନିଷ୍ଠ ସହଯୋଗୀ ସାମ୍ବାଦିକମାନଙ୍କୁ ସୁନିଶ୍ଚିତ କରି ବାର୍ତ୍ତା ଦେଇଛନ୍ତି।

କିବ୍‌ ମେୟର୍‌ ଭିତାଲି କ୍ଲିତ୍‌ଶ୍ଚକୋ ଟେଲିଗ୍ରାମ୍‌ରେ କରିଥିବା ପୋଷ୍ଟ୍‌ରେ କହିଛନ୍ତି ଶେଭ୍‌ଚେଙ୍କୋଭ୍‌ସ୍କି ଜିଲ୍ଲାରେ ଦୁଇଟି ବୋମା ବିସ୍ଫୋରଣ ଘଟିଛି। ମୃତାହତଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଦିଆଯିବ।

publive-image Arab News

ବୋମା ପଡ଼ିଥିବା ଅଞ୍ଚଳରେ ଆକାଶକୁ କଳାଧୂଆଁ ଉଠୁଥିବା ଏବଂ ଗୋଟାଏ ଅଟ୍ଟାଳିକା ଜଳିବା ସହ ବହୁସଂଖ୍ୟକ ପୁଲିସ ଓ ଉଦ୍ଧାରକାରୀ ଉପସ୍ଥିତ ଥିବା କଥା ‘ଏପିଏଫ୍‌’ର ପ୍ରତିନିଧିମାନେ ଦେଖିଥିବା କଥା କହିଛନ୍ତି।

ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କର ବରିଷ୍ଠ ସହଯୋଗୀ ମିଖାୟେଲୋ ପୋଦୋଲିୟାକ୍‌ ଟୁଇଟ୍‌ କରି କହିଛନ୍ତି, ଆଣ୍ଟୋନିଓ ଗୁଟେରେସ୍‌ଙ୍କ ଆନୁଷ୍ଠାନିକ ଗସ୍ତ ବେଳେ କିବ୍‌ ଉପନଗରୀରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।

ଗୁଟେରେସ୍‌ଙ୍କ ମସ୍କୋ ଗସ୍ତକୁ ଉଦ୍ଦେଶ୍ୟ କରି ମିଖାୟେଲୋ କହିଛନ୍ତି, ଦିନକ ଆଗରୁ ସେ କ୍ରେମ୍‌ଲିନ୍‌ରେ ‘ଲଙ୍ଗ୍‌ ଟେବଲ୍‌’ରେ ବସିଥିଲେ। ଏବଂ ଆଜି ତାଙ୍କ ମୁଣ୍ଡ ଉପରେ ବିସ୍ଫୋରଣ କରାଯାଉଛି।

ସୂଚନାଯୋଗ୍ୟ, ଅଳ୍ପ କିଛି ଦିନ ତଳେ ଗୁଟେରେସ୍‌ ମସ୍କୋ ଗସ୍ତ କରି ରୁଷୀୟ ରା‌ଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe