Image Courtesy of TasnimNews
ମସ୍କୋ: ‘ସେଚେନୋଭ୍ ଫାଷ୍ଟ୍ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟି’ରେ ଭଲ୍ୟୁଣ୍ଟର୍ମାନଙ୍କ ଶରୀରରେ ବିଶ୍ବର ପ୍ରଥମ କରୋନାଭାଇରସ୍ ଟିକାର ସଫଳ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଥିବା କଥା ‘ଇନ୍ଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସ୍ଲେସ୍ନାଲ୍ ମେଡିସିନ୍ ଆଣ୍ଡ୍ ବାୟୋଟେକ୍ନୋଲୋଜି’ର ନିର୍ଦେଶକ ଭାଦିମ ତାରାସୋଭ୍ ‘ସ୍ପୁଟ୍ନିକ୍ ନିଉଜ୍’କୁ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ ଦଳର ଭଲ୍ୟୁଣ୍ଟର୍ସମାନଙ୍କୁ ବୁଧବାର ଦିନ ଏବଂ ଦ୍ବତୀୟ ଦଳର ଭଲ୍ୟୁଣ୍ଟର୍ସମାନଙ୍କୁ ଜୁଲାଇ ୨୦ ଦିନ ଛଡ଼ାଯିବ।
ବିଶ୍ବବିଦ୍ୟାଳୟ ରୁଷ୍ର ‘ଗାମାଲେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଆଣ୍ଡ୍ ମାଇକ୍ରୋବାୟୋଲୋଜି’ ଦ୍ବାରା ଉତ୍ପାଦିତ ଏହି ଟିକାର ଡାକ୍ତରୀ ପରୀକ୍ଷା ଜୁନ୍ ୧୮ ତାରିଖ ଦିନ କରିଥିଲା।
Image Courtesy of Hindustan Timesତାରାସୋଭ୍ କହିଛନ୍ତି, ସେଚେନୋଭ୍ ବିଶ୍ବବିଦ୍ୟାଳୟ କରୋନାଭାଇରସ୍ ବିରୋଧରେ ବିଶ୍ବର ପ୍ରଥମ ଟିକାକୁ ଭଲ୍ୟୁଣ୍ଟର୍ସମାନଙ୍କ ଶରୀରରେ ସଫଳ ପରୀକ୍ଷା ସମ୍ପୂର୍ଣ୍ଣ କରିଛି।
ସେଚେନୋଭ୍ ବିଶ୍ବବିଦ୍ୟାଳୟସ୍ଥିତ ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ପାରାସାଇଟୋଲୋଜି, ଟ୍ରପିକାଲ୍ ଆଣ୍ଡ୍ ଭେକ୍ଟର୍-ବୋର୍ଣ୍ଣ ଡିଜିଜେସ୍’ର ନିର୍ଦେଶକ ଆଲେକ୍ଜାଣ୍ଡାର୍ ଲୁକାସେଭ୍ କହିଛନ୍ତି, ମାନବ ସ୍ବାସ୍ଥ୍ୟ ପାଇଁ ଏହି ଟିକାର ନିର୍ବିଘ୍ନତା ଦର୍ଶାଇବା ଥିଲା ଏହି ପର୍ଯ୍ୟାୟରେ କରାଯାଇଥିବା ଅଧ୍ୟୟନର ଉଦ୍ଦେଶ୍ୟ। ତାହା ସଫଳତାର ସହ ସମାପନ ହୋଇଛି।
ଲୁକାସେଭ୍ କହିଛନ୍ତି, ଟିକାର ନିର୍ବିଘ୍ନତା ପ୍ରମାଣିତ ହୋଇଛି। ଏହି ଟିକା ସମ୍ପ୍ରତି ବଜାରରେ ଉପଲବ୍ଧ ଟିକାମାନଙ୍କ ପରି ନିର୍ବିଘ୍ନ ବା ବିପଦମୁକ୍ତ।
Follow Us