ଭାରତରେ ପରୀକ୍ଷା ଲାଗି ୧୦୦ ନିୟୁତ ଡୋଜ୍ ‘ସ୍ପୁଟ୍‌ନିକ୍-୫’ ଟିକା ଯୋଗାଇବାକୁ ଡକ୍ଟର୍ ରେଡ୍ଡୀସ୍‌ ଲ୍ୟାବ୍‌ ସହ ରାଜିନାମା କରିଛନ୍ତି ରୁଷୀୟ ଟିକା ନିର୍ମାତା

ଭାରତରେ ପରୀକ୍ଷା ଲାଗି ୧୦୦ ନିୟୁତ ଡୋଜ୍ ‘ସ୍ପୁଟ୍‌ନିକ୍-୫’ ଟିକା ଯୋଗାଇବାକୁ ଡକ୍ଟର୍ ରେଡ୍ଡୀସ୍‌ ଲ୍ୟାବ୍‌ ସହ ରାଜିନାମା କରିଛନ୍ତି ରୁଷୀୟ ଟିକା ନିର୍ମାତା

Image Courtesy of OneIndia

ନୂଆଦିଲ୍ଲୀ: ଭାରତରେ ପରୀକ୍ଷା ଓ ବଣ୍ଟନ ନିମନ୍ତେ ‘ଡକ୍ଟର୍ ରେଡ୍ଡୀସ୍‌ ଲ୍ୟାବ୍‌’କୁ ୧୦୦ ନିୟୁତ ଡୋଜ୍ କୋଭିଡ୍-୧୯ ଟିକା ‘ସ୍ପୁଟ୍‌ନିକ୍-୫’ ଯୋଗାଇ ଦେବ ବୋଲି ବୁଧବାର ଦିନ ‘ରଷିଆନ୍ ଡାଇରେକ୍ଟ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ଫଣ୍ଡ୍‌’ (ଆର୍‌ଡିଆଇଏଫ୍) କହିଛି।

ରୁଷ୍‌ର ସାର୍ବଭୌମ ସମ୍ପଦ ପାଣ୍ଠି ‘ଆର୍‌ଡିଆଇଏଫ୍’ କହିଛି ଯେ, ଭାରତରେ ଟିକାର ନୈଦାନିକ ପରୀକ୍ଷା ଓ ବଣ୍ଟନ ନିମନ୍ତେ ‘ଡକ୍ଟର୍ ରେଡ୍ଡୀସ୍‌ ଲ୍ୟାବ୍‌’କୁ ସହଯୋଗ କରିବାକୁ ସେ ରାଜି ହୋଇଛି। ନିୟନ୍ତ୍ରକଙ୍କ ଅନୁମୋଦନ ପାଇବା ମାତ୍ରେ ହିଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ‘ଆର୍‌ଡିଆଇଏଫ୍’ କହିଛି।

ପ୍ରେସ୍‌ ବିବୃତିରେ ‘ଆର୍‌ଡିଆଇଏଫ୍’ କହିଛି, ଭାରତରେ ନିୟନ୍ତ୍ରକଙ୍କ ଅନୁମୋଦନ ମିଳିବା ପରେ ‘ଆର୍‌ଡିଆଇଏଫ୍’ ‘ଡକ୍ଟର୍ ରେଡ୍ଡୀସ୍‌ ଲ୍ୟାବ୍‌’କୁ ୧୦୦ ନିୟୁତ ଡୋଜ୍ ଟିକା ଯୋଗାଇ ଦେବ। ଉତ୍ତମରୂପେ ଅଧ୍ୟୟନ ହୋଇଥିବା ଏଡି‌ନୋଭାଇରାଲ୍‌ ମାଧ୍ୟମ ଭିତ୍ତିରେ ଆଧାରିତ ଓ ନିରାପଦ ପ୍ରମାଣିତ ହୋଇଥିବା ‘ସ୍ପୁଟ୍‌ନିକ୍-୫’ ଟିକାକୁ ସମ୍ପ୍ରତି କରୋନାଭାଇରସ୍ ମହାମାରୀ ବିପକ୍ଷରେ ନୈଦାନିକ ପରୀକ୍ଷା କରାଯାଉଛି।

publive-image Image Courtesy of The Economic Times

ସଫଳତାର ସହ ପରୀକ୍ଷା ଶେଷ ହେବା ଓ ଭାରତୀୟ ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ପଞ୍ଜିକରଣ କରାଯିବା ପରେ ବିଳମ୍ବିତ ୨୦୨୦ରେ ଏହି ଟିକା ଯୋଗାଣ ହୋଇପାରେ ବୋଲି ଏହି ବିବୃତିରେ କୁହାଯାଉଛି।

‘ଆର୍‌ଡିଆଇଏଫ୍’ର ସିଇଓ କିରିଲ୍ ଡିମିତ୍ରିଏଭ୍ କହିଛନ୍ତି, ଭାରତରେ ଡକ୍ଟର୍ ରେଡ୍ଡୀସ୍‌ଙ୍କ ଅଂଶୀଦାର ହୋଇ ଆମେ ଖୁବ୍‌ ଆନନ୍ଦିତ। କୋଭିଡ୍-୧୯ ଦ୍ବାରା ଭୀଷଣ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ଆମର ବିଶ୍ବାସ କୋଭିଡ୍-୧୯ ବିରୋଧରେ ଲଢ଼ିବାକୁ ଆମର ମାନବ ଏଣ୍ଡିନୋଭାଇରସ୍ ଯୁଗ୍ମ ବାହକଭିତ୍ତିକ ଟିକା ଭାରତକୁ ନିରାପଦ ଏବଂ ବୈଜ୍ଞାନିକସିଦ୍ଧ ବିକଳ୍ପ ଯୋଗାଇ ଦେବ।

ଡକ୍ଟର୍ ରେଡ୍ଡୀସ୍‌ ଲ୍ୟାବ୍‌ର ସହ-ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଜିଭି ପ୍ରସାଦ କହିଛନ୍ତି, ଭାରତକୁ ଟିକା ଆଣିବା ନିମନ୍ତେ  ‘ଆର୍‌ଡିଆଇଏଫ୍’ ସହ ଭାଗିଦାରୀ ହୋଇଥିବାରୁ ଆମେ ଆନନ୍ଦିତ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ପ୍ରତିଶ୍ରୁତି ଦେଇଛି। ଭାରତୀୟ ନିୟନ୍ତ୍ରକଙ୍କ ଆବଶ୍ୟକତା ପ୍ରମାଣ କରିବାକୁ ଆମେ ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଇବୁ। ଭାରତରେ କୋଭିଡ୍-୧୯ ବିରୋଧରେ ଆମର ସଂଗ୍ରାମ ନିମନ୍ତେ ‘ସ୍ପୁଟ୍‌ନିକ୍-୫’ ଟିକା ବିଶ୍ବସନୀୟ ବିକଳ୍ପ ଯୋଗାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe