ବିପଜ୍ଜନକ ଗୁମ୍ଫାରୁ ଉଦ୍ଧାର ହୋଇଥିବା‌ ମହିଳା କହିଲେ, ‘ଜଙ୍ଗଲୀଜନ୍ତୁଙ୍କୁ ନୁହେଁ ମଣିଷକୁ ଥିଲା ଭୟ’

ଜଙ୍ଗଲରୁ ଉଦ୍ଧାର ହେବାପରେ ନିନା କୁଟିନା ହ୍ବାଟସ ଆପ ଜରିଆରେ ତାଙ୍କର ଜଣେ ସାଙ୍ଗ ଓ ପୁଲିସ ଅଧିକାରୀଙ୍କୁ ରୁଷ ଭାଷାରେ ପଠାଇଛନ୍ତି ଭାବବିହ୍ବୋଳ ମେସେଜ । ଉଦ୍ଧାର ରୁଷୀୟ ମହିଳା ଧ୍ୟାନ ଓ ପ୍ରାର୍ଥନା ପାଇଁ ଜଙ୍ଗଲରେ ଲୁଚି ରହିଥିଲେ।

Russian Woman in Karnataka cave

ନୂଆଦିଲ୍ଲୀ: ଜଣେ ରୁଷୀୟ ମହିଳା ଧ୍ୟାନ ଓ ପ୍ରାର୍ଥନା କରିବାପାଇଁ ତାଙ୍କର ୨ଜଣ ଝିଅଙ୍କୁ ଧରି ଏକ ନିର୍ଜନ ତଥା ବିପଜ୍ଜନକ ଗୁମ୍ଫାରେ ଲୁଚି ରହିଥି‌ଲେ। 

କର୍ଣ୍ଣାଟକର ଗୋକର୍ନରେ ରାମତୀର୍ଥ ପର୍ବତ ଉପରେ ପର୍ଯ୍ୟଟକମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବାପାଇଁ ପୁଲିସ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ବିପଜ୍ଜନକ ଗୁମ୍ଫାରେ ଏକ ଅସ୍ଥାୟୀ ଆବାସସ୍ଥଳରେ ରୁଷୀୟ ମହିଳା ନିନା କୁଟିନା (୪୦) ତାଙ୍କ ୨ ଝିଅ ପ୍ରେମା (୬ ବର୍ଷ ) ଏବଂ ଆମା ( ୪ ବର୍ଷ)ଙ୍କୁ ଧରି ରହିଥିବାର ପୁଲିସ ଦେଖିବାକୁ ପାଇଥିଲା। ଉକ୍ତ ପରିବାରକୁ ଖୁବ୍‌ଶୀଘ୍ର ରୁଷ୍‌ ପଠାଇବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।  

ନିନା କୁଟିନା ହ୍ବାଟସ ଆପ ଜରିଆରେ ତାଙ୍କର ଜଣେ ସାଙ୍ଗ ଓ ପୁଲିସ ଅଧିକାରୀଙ୍କୁ ଭାବବିହ୍ବୋଳ ମେସେଜ ରୁଷ ଭାଷାରେ  ପଠାଇ ଲେଖିଛନ୍ତି, ‘ଗୁମ୍ଫାରେ ମୋର ଜୀବନ ଶେଷ ହୋଇଯାଇଛି। ଆମକୁ ଏବେ ଆକାଶ ନଥିବା, ଘାସ ଓ ପାହାଡ ନଥିବା ଏକ ଘରେ ରଖାଯାଇଛି।

କର୍ଣ୍ଣାଟକର ଗୋକର୍ନରେ ରାମତୀର୍ଥ ପର୍ବତର ନିର୍ଜନ ସ୍ଥାନ ତଥା ଏକ ଘଞ୍ଚ ଜଙ୍ଗଲ ମଧ୍ୟ‌ରେ ଥିବା ସତ୍ତ୍ବେ ଆମ ମା’ ଛୁଆଙ୍କୁ ଆଜି ପର୍ଯ୍ୟନ୍ତ କେ‌ବେ ହେଲେ କୌଣସି ଜଙ୍ଗଲୀ ଜନ୍ତୁ ନା ଆକ୍ରମଣ କରିଛନ୍ତି ନା ଆଘାତ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। କେବଳ ଭୟ ଥିଲା ତ ମଣିଷକୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe