Image Courtesy of Zee News
କିବ୍: ସିଏଭିଏରୋଦୋନେତସ୍କ୍ ନଗରୀରେ କ୍ଷଣିକରେ ଅସୁମାରି ରୁଷୀୟ ସୈନ୍ୟ ମରୁଛନ୍ତି ବୋଲି ଗୁରୁବାର ଦିନ ୟୁକ୍ରେନ୍ କହିଛି। ଭୀଷଣ ଲଢ଼େଇ କରି ୟୁକ୍ରେନୀୟ ସୈନିକ ଦକ୍ଷିଣ ପ୍ରାନ୍ତରେ ରୁଷ ନିୟନ୍ତ୍ରଣକୁ ଚାଲିଯାଇଥିବା ଉକ୍ତ ନଗରୀକୁ ପୁନଃ ଦଖଲ କରିଛନ୍ତି।
ସମ୍ପ୍ରତି ରୁଷ୍ ତା’ର ଆକ୍ରମଣକାରୀ ସୈନିକମାନଙ୍କୁ କ୍ଷୁଦ୍ର ଶିଳ୍ପ ନଗରୀ ସିଏଭିଏରୋଦୋନେତସ୍କ୍ ଚାରିପଟେ ଘେରାଇ ରଖିବା ସହ ବୋମା ବର୍ଷଣ କରି ଛାରଖାର କରିପକାଇଛି। ରୁଷ୍ର ବ୍ୟାପକ ବୋମାବର୍ଷଣକାରୀ କ୍ଷମତାକୁ ଧ୍ବଂସ କରି ବିଜୟ ହାସଲ ପାଇଁ ଅଧିକ କମାଣ ଆବଶ୍ୟକ ବୋଲି ୟୁକ୍ରେନ୍ କହିଛି।
ସିଭର୍ସ୍କି ଡୋନେଟ୍ସ୍ ନଦୀ ଆରପାରିରେ ଥିବା ସିଏଭିଏରୋଦୋନେତସ୍କ୍ ଏହାର ଯମଜ ନଗରୀ ଲିସିଚନ୍ସ୍କ ହେଉଛି ୟୁକ୍ରେନ୍ ନିୟନ୍ତ୍ରଣରେ ଥିବା ଲୁହାନ୍ସ୍କ ପ୍ରଦେଶର ଶେଷ ଅଂଶ। ଏହାକୁ ଦଖଲ କରିବା ରୁଷ୍ର ମୁଖ୍ୟ ଲକ୍ଷ୍ୟ ଥିଲା।
Image Courtesy of Reutersଲୁହାନ୍ସ୍କ ଗଭର୍ଣ୍ଣର୍ ସେର୍ହିୟା ଗାଇଡ଼ାଇ କହିଲେ, ସିଏଭିଏରୋଦୋନେତସ୍କ୍ ନଗରୀ ଭିତରେ ଚାଲିଥିବା ଘମାଘୋଟ ଲଢ଼େଇରେ କ୍ଷଣିକରେ ଅସୁମାରି ରୁଷୀୟ ସୈନିକ ପ୍ରାଣ ହରାଉଛନ୍ତି।
ପୂର୍ବାନୁମାନ କରି ଗାଇଡାଇ କହିଛନ୍ତି, ରୁଷୀୟମାନେ ସିଭର୍ସ୍କି ଡୋନେଟ୍ସ୍ ନଦୀରେ କମ୍ ଥିବା ଜଳସ୍ତରର ସୁଯୋଗ ନେବେ। ଆମେ ନଜର ରଖିଛୁ। ଯଦି ସେମିତି କିଛି ଘଟେ, ଆମେ ପରିସ୍ଥିତର ମୁକାବିଲା ପାଇଁ କାମ କରିବୁ।
ସେହିପରି ଦକ୍ଷିଣାଞ୍ଚଳରେ ଥିବା ଖେର୍ସନ୍ ଏବଂ ଜାପୋରିଝ୍ଝିଆ ପ୍ରଦେଶରେ ମସ୍କୋ ତା’ର ଶାସନ ଜାହିର କରିବାକୁ ଉଦ୍ୟମ କରୁଥିବା ବେଳେ ପୁନଃଆକ୍ରମଣ କରି ୟୁକ୍ରେନ୍ ଖେର୍ସନ୍ ପ୍ରଦେଶ ଦଖଲ କରିବାକୁ ଉଦ୍ୟମ କରୁଛି ବୋଲି ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛନ୍ତି।
Follow Us