ଖେରସନରୁ ସେନା ପ୍ରତ୍ୟାହାର ପାଇଁ ରୁଷ୍‌ର ଘୋଷଣା; ୟୁକ୍ରେନ୍‌ରେ ଲ‌କ୍ଷାଧିକ ରୁଷ୍‌ ସୈନିକଙ୍କ ମୃତ୍ୟୁ ହୋଇଛି: ଆମେରିକା

Advertisment

ସମଗ୍ର ଖେରସନକୁ ଧ୍ବଂସ କରିବାକୁ ଚାହୁଛି ରୁଷ୍‌: ୟୁକ୍ରେନ୍‌

ସମଗ୍ର ଖେରସନକୁ ଧ୍ବଂସ କରିବାକୁ ଚାହୁଛି ରୁଷ୍‌: ୟୁକ୍ରେନ୍‌

ଖେରସନରୁ ସେନା ପ୍ରତ୍ୟାହାର ପାଇଁ ରୁଷ୍‌ର ଘୋଷଣା; ୟୁକ୍ରେନ୍‌ରେ ଲ‌କ୍ଷାଧିକ ରୁଷ୍‌ ସୈନିକଙ୍କ ମୃତ୍ୟୁ ହୋଇଛି: ଆମେରିକା

Euronews

କିବ୍‌: ଦକ୍ଷିଣ ୟୁକ୍ରେନର ଖେରସନ ସହରରେ ରୁଷ୍‌ ସୈନ୍ୟ ପ୍ରତ୍ୟାହାର ପାଇଁ ଘୋଷଣା କରିଛି। ରୁଷ୍‌ ଖେରସନ ଅକ୍ତିଆର କରିବାର ପ୍ରାୟ ୮ ମାସ‌ ପରେ ଏହି ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଘୋଷଣା କରିଛି। ୟୁକ୍ରେନ୍‌ ଯୁଦ୍ଧରେ ଏଯାବତ ରୁଷ୍‌ର ୧ ଲକ୍ଷରୁ ଅଧିକ ସୈନିକ ମୃତାହତ ହୋଇଛନ୍ତି ବୋଲି ଆମେରିକାର ଜଣେ ଶୀର୍ଷ ଜେନେରାଲ ଆକଳନ କରିଛନ୍ତି। ସେହିପରି ୟୁକ୍ରେନ୍‌ ସେନା ମଧ୍ୟ ସମାନ କ୍ଷତି ସହିଛି ବୋଲି ଆମେରିକାର ଶୀର୍ଷ ଜେନେରାଲ ମାର୍କ ମିଲେ କହିଛନ୍ତି। ରଣନୀତିକ ଦୃଷ୍ଟିକୋଣରୁ ଖେରସନ ସହର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ‌ ସେର୍ଗି କେ ସୋଇଗୁ ଗତକାଲି ଶୀର୍ଷ ସାମରିକ ଅଧିକାରୀଙ୍କ ସହ ଏକ ବୈଠକ କରିବାପରେ ଖେରସନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଘୋଷଣା‌ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌ ସେନା ଦ୍ବାରା ଖେରସନରେ ଜୋରଦାର ଗୁଳିଗୋଳା ବର୍ଷା ହେଉଛି। ତେଣୁ ରୁଷ୍‌ ଏହାର ସମସ୍ତ ସୈନିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାକୁ ଚାହିଛି। ଅନ୍ୟପକ୍ଷେ ୟୁକ୍ରେନ୍‌ କହିଛି, ରୁଷ୍‌ ଖେରସନକୁ ଧ୍ବଂସସ୍ତୂପରେ ପରିଣତ କରିବାକୁ ଚାହୁଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କ ପରାମର୍ଶଦାତା କହିଛନ୍ତି, ରୁଷ୍‌ ଖେରସନକୁ ଏକ ମୃତ ସହରରେ ପରିଣତ କରି ନିଜ ଲକ୍ଷ୍ୟ ହାସଲ କରିବାକୁ ଚାହୁଛି। ନିପ୍ରୋ ନଦୀର ଅନ୍ୟ ପାର୍ଶ୍ବରୁ ରୁଷ୍‌ ଏହି ଦକ୍ଷିଣ ୟୁକ୍ରେନ ସହର ଉପରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe