ୟୁକ୍ରେନ୍‌ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ଦାବି ମିଥ୍ୟା, ବରଂ ଆଉ ୭୦୦୦ ସୈନ୍ୟ ମୁତୟନ କରିଛି ରୁଷ୍‌: ଆମେରିକା

Advertisment
ୟୁକ୍ରେନ୍‌ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ଦାବି ମିଥ୍ୟା, ବରଂ ଆଉ ୭୦୦୦ ସୈନ୍ୟ ମୁତୟନ କରିଛି ରୁଷ୍‌: ଆମେରିକା

Image Courtesy of Zee News

ୱାସିଂଟନ୍‌: ସୈନ୍ୟ ପ୍ରତ୍ୟାହାର କରାଯାଇଛି ବୋଲି କ୍ରେମିଲିନ୍‌ ଦାବି କରୁଥିଲେ ବି ବାସ୍ତବରେ ୟୁକ୍ରେନ୍‌ ସୀମାନ୍ତରେ ରୁଷ୍‌ ଆଉ ୭୦୦୦ ସୈନିକ ମୁତୟନ କରିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା କହିଛି।

ରୁଷ୍‌ ୟୁକ୍ରେନ୍ ଆକ୍ରମଣ କରିବ ବୋଲି ଯେଉଁ ଆଶଙ୍କା ଥିଲା ତାହା ସାକାର ହୋଇ ନ ଥିଲେ ବି ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନେ କହୁଛନ୍ତି ଯେ, ଏବେ ବି ଯୁଦ୍ଧ ଆଶଙ୍କା ଏଡ଼ାଇ ଦିଆଯାଇ ନ ପାରେ।

ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ ଜଣେ ବରିଷ୍ଠ ଆମେରିକୀୟ ସରକାରୀ ଅଧିକାରୀ କହିଛନ୍ତି, ଗତକାଲି ରୁଷ୍‌ ସରକାର କହିଥିଲେ ଯେ, ସେମାନେ ୟୁକ୍ରେନ୍‌ ସୀମାନ୍ତରୁ ସୈନ୍ୟ ଅପସାରଣ କରୁଛନ୍ତି। ଏ ପ୍ରକାର ଦାବି ଆମେରିକା ସମେତ ବିଶ୍ବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କିନ୍ତୁ, ଆମେ ଏବେ ଜାଣୁଛୁ ସେକଥା ମିଛ। କିନ୍ତୁ, ଏ କଥାର ସତ୍ୟତା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଜଣକ ସବିଶେଷ ବିବରଣୀ କିଂବା କ‌ୌଣସି ପ୍ରମାଣ ଉପସ୍ଥାପନ କରିନାହାନ୍ତି।

publive-image Image Courtesy of Khaleej Times

ସେ ଆହୁରି ମଧ୍ୟ କହିଛନ୍ତି, ୟୁକ୍ରେନ୍‌ ନିକଟରେ ରୁଷ୍‌ ଆହୁରି ୭୦୦୦ ସୈନିକ ମୁତୟନ କରିଥିବା କଥା ପାଶ୍ଚାତ୍ୟ ରାଷ୍ଟ୍ର ଟେର୍‌ ପାଇଛି। ସେମାନଙ୍କ ମଧ୍ୟରୁ କେତେକ ବୁଧବାର ଦିନ ସେଠାରେ ପହଞ୍ଚିଛନ୍ତି। ସୈନ୍ୟ ପ୍ରତ୍ୟାହାର ଦାବି କରି ରୁଷ୍‌ ଛଳନାତ୍ମକ ଭାବେ ୟୁକ୍ରେନ୍‌ ଆକ୍ରମଣ କରିପାରେ ବୋଲି ଆଶଙ୍କା ହେଉଛି।

ବୁଧବାର ଦିନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ମଧ୍ୟ ଜାତିସଂଘର ମହାନିର୍ଦେଶକ ଆଣ୍ଟୋନିଓ ଗୁଟେରସ୍‌ଙ୍କୁ କହିଛନ୍ତି ଯେ, ୟୁକ୍ରେନ୍‌ ନିକଟରୁ ରୁଷ୍‌ର ସୈନ୍ୟ ଅପସାରଣ ବିଷୟରେ ଏବେ କୌଣସି ପ୍ରାମାଣିକ ତଥ୍ୟ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe