ୟୁକ୍ରେନ ଉପରେ ରୁଷ୍‌ର ଭୀଷଣ ଆକ୍ରମଣ

ୟୁକ୍ରେନ-ରୁଷ୍‌ ଯୁଦ୍ଧବିରତି ପାଇଁ ଗୋଟିଏ ପଟେ ଅହରହ ପ୍ରୟାସ ଚାଲିଥିବା ବେଳେ ଅନ୍ୟପଟେ ଉଭୟ ରାଷ୍ଟ୍ର ସପ୍ତାହେ ହେଲା ପରସ୍ପର ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛନ୍ତି। ଗତ  ୪ ଦିନ ଧରି କିବ୍‌କୁ ଟାର୍ଗେଟ୍‌ କରି ରୁଷ୍‌ ଭୀଷଣ ଆକ୍ରମଣ ଜାରି ରଖିଛି।

ssffsxccxc

ମସ୍କୋ: ୟୁକ୍ରେନ-ରୁଷ୍‌ ଯୁଦ୍ଧବିରତି ପାଇଁ ଗୋଟିଏ ପଟେ ଅହରହ ପ୍ରୟାସ ଚାଲିଥିବା ବେଳେ ଅନ୍ୟପଟେ ଉଭୟ ରାଷ୍ଟ୍ର ସପ୍ତାହେ ହେଲା ପରସ୍ପର ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛନ୍ତି। ଗତ  ୪ ଦିନ ଧରି କିବ୍‌କୁ ଟାର୍ଗେଟ୍‌ କରି ରୁଷ୍‌ ଭୀଷଣ ଆକ୍ରମଣ ଜାରି ରଖିଛି। ରୁଷ୍ ୟୁକ୍ରେନ ଉପରେ ୫୭୪ଟି ଡ୍ରୋନ୍ ଏବଂ ୪୦ଟି କ୍ଷେପଣାସ୍ତ୍ର ମାଡ଼ କରିଥିବା ଜଣାପଡ଼ିଛି।  ୟୁକ୍ରେନର ପଶ୍ଚିମ ସହର ଲଭିଭ୍‌ରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଦକ୍ଷିଣ-ପଶ୍ଚିମ  କାର୍ପାଥିଆ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବନ୍ଦ କରିବା ପାଇଁ କୂଟନୈତିକ ପଦକ୍ଷେପ ନେଉଥିବା ବେଳେ ଏହି ଆକ୍ରମଣ ଜଟିଳ ସ୍ଥିତି ସୃଷ୍ଟି କରିଛି।  

ଯୁଦ୍ଧ ଶେଷ ପାଇଁ ମସ୍କୋ କୌଣସି ସଙ୍କେତ ଦେଉନାହିଁ: ଜେଲେନସ୍କି

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହା କହିଛନ୍ତି ଯେ ରୁଷ୍‌ ଯୁଦ୍ଧ ବନ୍ଦ କରିବାକୁ ଚାହୁନାହିଁ ଏବଂ ବିଭିନ୍ନ ବାହାନାରେ ସାଧାରଣ ନାଗରିକଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛି। ୟୁକ୍ରେନ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କି କହିଛନ୍ତି ଯେ  ୟୁରୋପରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାକୁ ସେ ପ୍ରସ୍ତୁତ ଅଛନ୍ତି। ତେବେ  ଯୁଦ୍ଧ ଶେଷ କରିବା ପାଇଁ ମସ୍କୋରୁ କୌଣସି ସଙ୍କେତ ମିଳୁନଥିବାରୁ ଘୋର ଅନିଶ୍ଚିତତା ସୃଷ୍ଟି ହୋଇଛି ଏବଂ ଆମେରିକା ରାଷ୍ଟ୍ରପତି ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଜେଲେନସ୍କି କହିଛନ୍ତି ଯେ ତାଙ୍କ ଦେଶ ଅଧିକୃତ ଅଞ୍ଚଳ ଉପରେ ରୁଷ୍‌ର ଦାବିକୁ କେବେ ବି ସ୍ୱୀକୃତି ଦେବ ନାହିଁ। ସେ କହିଛନ୍ତି ଯେ, କିବ୍ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ କିମ୍ବା ତ୍ରିପାକ୍ଷିକ ବୈଠକ ହେବା ପୂର୍ବରୁ ୭ରୁ ୧୦ ଦିନ ମଧ୍ୟରେ ପ୍ରଦତ୍ତ ଗ୍ୟାରେଣ୍ଟିଗୁଡ଼ିକ ବିଷୟରେ ସ୍ପଷ୍ଟ ଭାବରେ ବୁଝିବାକୁ ଚାହୁଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe