Photograph: (https://edition.cnn.com/)
କିବ୍ : ରୁଷ୍-ୟୁକ୍ରେନ ଯୁଦ୍ଧ ଘନେଇବାରେ ଲାଗିଛି। ରୁଷ୍ ଗତ ରାତିସାରା ୟୁକ୍ରେନ ଉପରେ ଆକ୍ରମଣ କରିଛି। ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ରୁଷ୍ ଗତରାତିରେ ୫୮୦ ଡ୍ରୋନ୍ ଏବଂ ୪୦ଟି କ୍ଷେପଣାସ୍ତ୍ର ମାଡ଼ କରିଛି।। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଶତାଧିକ ସ୍ଥାନରେ ଧ୍ବଂସଲୀଳା ଦେଖିବାକୁ ମିଳିଛି। ଟେଲିଗ୍ରାମ ଆପ୍ରେ ଏକ ବିବୃତି ଜାରି କରି ଜେଲେନସ୍କି କହିଛନ୍ତି, ରୁଷ୍ ୟୁକ୍ରେନରେ ଭିତ୍ତିଭୂମିଗୁଡ଼ିକୁ ଟାର୍ଗେଟ୍ କରି ପ୍ରାୟ ୫୮୦ ଡ୍ରୋନ୍ ଏବଂ ୪୦ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହାର ପାଲଟା ଜବାବ ଦେଇ ୟୁକ୍ରେନ୍ ମଧ୍ୟ ରୁଷ୍ରେ ଆକ୍ରମଣ କରିଛି। ନିପ୍ରୋପେଟ୍ରୋଭସ୍କ, ମାଇକୋଲେବ୍, ଚେର୍ନିହିବ, ଜାପୋରିଝିଆ, ପୋଲ୍ଟବା, କିବ୍, ଓଡେଶା, ସୁମି ଏବଂ ଖାରକିବ୍ ସମେତ ୯ଟି ସ୍ଥାନରେ ରୁଷ୍ ଆକ୍ରମଣ କରିଛି ବୋଲି ଜେଲେନସ୍କି କହିଛନ୍ତି। ନିପ୍ରୋରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚେର୍ନିହିବରେ ୨ଜଣଙ୍କ ମୃତ୍ୟୁ ହୋଇଛି। ରୁଷ୍ ଆକ୍ରମଣର ଜବାବ ଦେଇ ୟୁକ୍ରେନ ରୁଷ୍ର ଦକ୍ଷିଣପଶ୍ଚିମ ସମରା ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରିଛି ଏବଂ ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି।
Follow Us