ମସ୍କୋ: ୟୁକ୍ରେନ୍ ଯୁଦ୍ଧ ପ୍ରାୟ ୭ ମାସରେ ପହଞ୍ଚିଥିବା ବେଳେ ଆଜି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ପୁଟିନ୍ ରୁଷ୍ରେ ସୈନ୍ୟ ଠୁଳ କରୁଥିବା କଥା ଘୋଷଣା କରିଛନ୍ତି। ଏବଂ ଆଜିଠାରୁ ହିଁ ଉକ୍ତ କାର୍ଯ୍ୟ ଆରମ୍ଭ ହୋଇଯାଇଛି।
ଟେଲିଭିଜନ୍ରେ ପ୍ରସାରିତ ଭାଷଣରେ ପୁଟିନ୍ କହିଛନ୍ତି, ପୂର୍ବାଞ୍ଚଳ ୟୁକ୍ରେନ୍ ଅନ୍ତର୍ଗତ ଡୋନ୍ବାସ୍ ଅଞ୍ଚଳକୁ ମୁକ୍ତ କରିବା ହେଉଛି ତାଙ୍କର ଉଦ୍ଦେଶ୍ୟ। ୟୁକ୍ରେନ୍ର ‘ଜୁଆଳି’କୁ (ହଳ କରିବାକୁ ବଳଦଙ୍କ ବେକରେ ପଡୁଥିବା ଉପକରଣ) ଫେରିଯିବାକୁ ସେ ଅଞ୍ଚଳର ଅଧିକାଂଶ ଲୋକ ଚାହୁଁ ନାହାନ୍ତି।
/sambad/media/post_attachments/wp-content/uploads/2022/09/putin.jpeg)
ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରୁଷ୍ ବିରୋଧରେ ପାଶ୍ଚାତ୍ୟ ଦେଶ ଆଣବିକ ଧମକ ଦେଉଛି। କିନ୍ତୁ, ତାହାର ପ୍ରତ୍ୟୁତ୍ତର ଦେବା ପାଇଁ ରୁଷ୍ ପାଖରେ ଗୁଡ଼ାଏ ଅସ୍ତ୍ରଶସ୍ତ୍ର ରହିଛି। ମୁଁ ମିଛ କିଂବା ଛଳନା କରି ଏ କଥା କହୁନାହିଁ।
Image Courtesy of India Todayରୁଷ୍ର ଅବିଚ୍ଛେଦ୍ୟ ଅଂଶ ହେବା ପାଇଁ ରୁଷ୍ ନିୟନ୍ତ୍ରଣାଧୀନ ପୂବାଞ୍ଚଳ ଓ ଦକ୍ଷିଣାଞ୍ଚଳ ୟୁକ୍ରେନ୍ରେ ଭୋଟ୍ କରାଯିବାର ଯୋଜନା ଚାଲିଥିବା କଥା ଘୋଷଣା କରାଯିବାର ଦିନକ ପରେ ପୁଟିନ୍ ଜାତି ଉଦ୍ଦେଶ୍ୟରେ ଉପରୋକ୍ତ ଉଦ୍ବୋଧନ ଦେଇଛନ୍ତି।
ଏଭଳି ହେଲେ ୟୁକ୍ରେନ୍ ସହ ମସ୍କୋର ଯୁଦ୍ଧ ତୀବ୍ରତର ହୋଇପାରେ ବୋଲି କୁହାଯାଉଛି।
ଏହା ବ୍ୟତିରେକେ, ୟୁକ୍ରେନ୍ରେ ଚଳାଇଥିବା ଯୁଦ୍ଧ ନିମନ୍ତେ ମସ୍କୋକୁ ସାହାଯ୍ୟ କରିବା ଲାଗି ଦେଶର ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି କରିବା ଲାଗି ପାଣ୍ଠି ବୃଦ୍ଧି ନିମନ୍ତେ ମଧ୍ୟ ସେ ଆଦେଶ ଦେଇଛନ୍ତି।
Follow Us