ଭାରତକୁ ମିଳିଲା ତୃତୀୟ ଟିକା, ଏକ୍ସପର୍ଟ କମିଟି ପରେ ସ୍ପୁଟନିକ-ଭିର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ଡିସିଜିଆଇ

ଭାରତକୁ ମିଳିଲା ତୃତୀୟ ଟିକା, ଏକ୍ସପର୍ଟ କମିଟି ପରେ ସ୍ପୁଟନିକ-ଭିର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ଡିସିଜିଆଇ

ndtv

ନୂଆଦିଲ୍ଲୀ: ଭାରତକୁ ମିଳିଲା ତୃତୀୟ କରୋନା ଟିକା। ଦେଶରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଋଷର ସ୍ପୁଟନିକ-ଭି କରୋନା ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)। ଗତକାଲି ଟିକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଥିଲା ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)। ଏହା ସହ ଡିସିଜିଆଇର ଅନୁମତି ପରେ ହିଁ ଏହାକୁ ଭାରତରେ ବ୍ୟବହାର କରାଯିବ ବୋଲି କହିଥିଲା। ଆଜି ଡିସିଜିଆଇ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି।

Russia's Sputnik V Get Expert Panel Clearance: Five Things to Know About  India's Third Covid-19 Vaccine News18

ଭାରତରେ ସ୍ପୁଟନିକ୍ ଭି ହାଇଦ୍ରାବାଦର ଡାକ୍ତର ରେଡ୍ଡୀ ଲ୍ୟାବ ସହ ମିଶି ପରୀକ୍ଷଣ କରିଥିଲା।  ମୋଡର୍ଣ୍ଣା ଏବଂ ଫାଇଜର ପରେ ଏହି ଟିକା ୯୧.୬ ପ୍ରତିଶତ ପ୍ରଭାବଶାଳୀ ରହିଛି। ଭାରତରେ କ୍ଲିନିକାଲ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ଥିବା ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡାକ୍ତର ରେଡ୍ଡୀ ଲ୍ୟାବ ଫେବ୍ରୁଆରି ୧୯ରେ ଆବେଦନ କରିଥିଲେ। ଏହା ପରେ ଏପ୍ରିଲ ୧ରେ ସବଜେକ୍ଟ ଏକ୍ସପର୍ଟ କମିଟି ଡାକ୍ତର ରେଡ୍ଡୀ ଲ୍ୟାବକୁ ପରୀକ୍ଷଣର ପୂରା ତଥ୍ୟ ଏବଂ ଏହା କିଭଳି ପ୍ରତିରୋଧକ ଶକ୍ତି ବଢ଼ାଉଛି ‌ସେ ବିଷୟରେ ସବିଶେଷ ତଥ୍ୟା ଦେବାକୁ କହିଥିଲେ। ଡାକ୍ତର ରେଡ୍ଡୀ ଲ୍ୟାବ ସବୁ ତଥ୍ୟ ଦେବା ପରେ ଗତକାଲି ସବଜେକ୍ଟ ଏକ୍ସପର୍ଟ କମିଟି ଟିକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe