୧୦୦ ଭାରତୀୟ ସ୍ବେଚ୍ଛାସେବୀଙ୍କ ଶରୀରରେ ପରୀକ୍ଷା ହେବ ରୁଷ୍‌ର କୋଭିଡ୍-୧୯ ଟିକା ସ୍ପୁଟ୍‌ନିକ-୫

Advertisment
କରୋନା ଟିକା ପାଇଁ ଗଠନ ହେଲା ବ୍ଲକ୍ ଟାସ୍କଫୋର୍ସ, କମିଟିର ଅଧ୍ୟକ୍ଷ ରହିବେ ବିଡିଓ

Image Courtesy of Inventiva

ମସ୍କୋ: ୧୦୦ ଜଣ ଭାରତୀୟ ସ୍ବେଚ୍ଛାସେବୀଙ୍କ ଶରୀରରେ ରୁଷ୍‌ର କୋଭିଡ୍-୧୯ ନିରୋଧୀ ଟିକା ‘ସ୍ପୁଟ୍‌ନିକ୍-୫’ ପରୀକ୍ଷା କରାଯିବ ବୋଲି ଗୁରୁବାର ଦିନ ‘ଇଣ୍ଡିଆନ୍ ସେଣ୍ଟ୍ରାଲ୍‌ ଡ୍ରଗ୍ସ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌’ର ‘ଡ୍ରଗ୍ କଣ୍ଟ୍ରୋଲର୍‌ ଜେନେରାଲ୍‌’ (ଡିସିଜିଆଇ) ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥା ‘ସ୍ପୁଟ୍‌ନିକ୍‌’କୁ କହିଛନ୍ତି।

ଟିକା ପରୀକ୍ଷା କରାଇବା ନିମନ୍ତେ ‘ଡିସିଜିଆଇ’ ‘ଡକ୍ଟର୍‌ ରେଡିସ୍‌ ଲାବ୍ରୋଟରିଜ୍‌’କୁ ଅନୁମତି ଦେଇଛନ୍ତି। କିନ୍ତୁ, ପରୀକ୍ଷା ତାରିଖ ଓ ସମୟ କମ୍ପାନି ସ୍ଥିର କରିବ। ତୃତୀୟ ପର୍ଯ୍ୟାୟ ପରୀକ୍ଷା ଲାଗି ବ୍ୟବସ୍ଥା କରିବା ପୂର୍ବରୁ ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷା କରାଯିବ ବୋଲି ‘ଡକ୍ଟର୍‌ ରେଡିସ୍‌ ଲାବ୍ରୋଟରିଜ୍‌’ କହିଥିବା କଥା ‘ସ୍ପୁଟ୍‌ନିକ୍’ କହିଛି।

ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାରେ ୧୦୦ ଜଣ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ୧୪୦୦ ଜଣ ସ୍ବେଚ୍ଛାସେବୀଙ୍କୁ ‘ସ୍ପୁଟ୍‌ନିକ୍-୫’ ଟିକା ଦିଆଯିବ ବୋଲି ‘ଡକ୍ଟର୍‌ ରେଡିସ୍‌ ଲାବ୍ରୋଟରିଜ୍‌’ କହିଥିବା କଥା ଜଣେ ଭାରତୀୟ ସରକାରୀ ଅଧିକାରୀ କହିଛନ୍ତି।

publive-image Image Courtesy of India Post

ପ୍ରାରମ୍ଭିକ ପରୀକ୍ଷାରେ ସମସ୍ୟା ସୃଷ୍ଟି ହେବା କାରଣରୁ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଡକ୍ଟର୍‌ ରେଡିସ୍‌ ଲାବ୍ର‌ଟରିଜ୍‌’ ସଂଶୋଧିତ ପ୍ରୋଟକଲ୍‌ ଆଣିଛି। ମିଳିତ ଭାବେ ‘ସ୍ପୁଟ୍‌ନିକ୍-୫’ର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବୀୟ ନୈଦାନିକ ପରୀକ୍ଷା କରାଇବାକୁ ହାଇଦ୍ରାବାଦର ‘ଡକ୍ଟର୍‌ ରେଡିସ୍‌ ଲାବ୍ର‌ଟରିଜ୍‌’ ଅକ୍ଟୋବର ୧୩ ତାରିଖ ଦିନ ‘ଡ୍ରଗ୍‌ସ୍ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍ ଇଣ୍ଡିଆ’ଙ୍କୁ (ଡିସିଜିଆଇ) ପୁନର୍ବାର ଆବେଦନ କରିଥିଲା।

ଦୀର୍ଘ ବିଚାର ବିମର୍ଶ ପରେ ‘ସବ୍‌ଜେକ୍ଟ୍‌ ଏକ୍ସପର୍ଟ କମିଟି’ (ଏସ୍‌ଇସି) କେବଳ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ମଞ୍ଜୁରି ଦେଇଛି। ଏହି ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷାରୁ ମିଳିଥିବା ନିରାପତ୍ତା ଏବଂ ରୋଗପ୍ରତିରୋଧକ କ୍ଷମତା ସମ୍ବନ୍ଧୀୟ ତଥ୍ୟ ଦାଖଲ କରାଯିବା ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଅନୁମତି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe