ରାୟଗଡ଼ାରେ ଜୀବନ ହରାଇଥିବା ରୁଷୀୟ ପର୍ଯ୍ୟଟକ ଥିଲେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କର ଜଣେ ତୀବ୍ର ସମାଲୋଚକ

Advertisment
ରାୟଗଡ଼ାରେ ଜୀବନ ହରାଇଥିବା ରୁଷୀୟ ପର୍ଯ୍ୟଟକ ଥିଲେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କର ଜଣେ ତୀବ୍ର ସମାଲୋଚକ

www.wionews.com

ନୂଆଦିଲ୍ଳୀ: ରାୟଗଡ଼ାର ଏକ ହୋଟେଲରେ ରହୁଥିବା ରୁଷୀୟ ପର୍ଯ୍ୟଟକ ପାୱେଲ୍ ଆନ୍ଥେମଙ୍କର ଶନିବାର ସଂଧ୍ୟାରେ ମୃତ୍ୟୁ ଘଟିଥିଲା। ଏବେ ସେ ସଂପର୍କିତ ଅନ‌୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଖବର ହସ୍ତଗତ ହୋଇଛି। ତେବେ ମୃତ୍ୟୁ ବରଣ କରିଥିବା ପାୱେଲ୍ ଆନ୍ଥେମ୍ ହେଉଛନ୍ତି ରୁଷିଆର ଜଣେ ଧନୀ ସାଂସଦ ତଥା ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କର ଜଣେ ତୀବ୍ର ସମାଲୋଚକ।

ସେ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରସଙ୍ଗରେ ପୁଟିନ୍‌ଙ୍କୁ ସମାଲୋଚନା କରି ଏକ ବ୍ଲଗ୍‌ ଲେଖି ଚର୍ଚ୍ଚିତ ପାଲଟିଥିଲେ। କିଭ୍‌ ଉପରେ ହୋଇଥିବା ଆକ୍ରମଣକୁ ଏହା ରୁଷ୍‌ର ଆତଙ୍କ ବୋଲି କହି ସମାଲୋଚନା କରିଥିଲେ।

ପରବର୍ତ୍ତୀ ସମୟରେ ସେ ଚାପରେ ଆସି ତାଙ୍କର ମତ ପ୍ରତ୍ୟାହାର କରିଥିଲେ। ଏପରିକି ଅନେକ ଗଣମାଧ୍ୟମ ସଂସ୍ଥାରେ ତାଙ୍କ କ୍ଷମା ପ୍ରାର୍ଥନା ବି ପ୍ରକାଶ ପାଇଥିଲା। ସେ ଦାବି କରିଥିଲେ ଯେ ତାଙ୍କ ପୋଷ୍ଟ୍‌ ଏକ ଭୁଲ୍‌ ବୁଝାମଣାର ଶିକାର ହେବା ସହ ସେଥିରେ କିଛି ବୈଷୟିକ ତ୍ରୁଟି ରହିଛି। ସେ ଆହୁରି ବି କହିଥିଲେ ଯେ ସେ ପୁଟିନଙ୍କୁ ସର୍ବଦା ସମର୍ଥନ କରିଥାନ୍ତି। ମାତ୍ର କିଛି ସ୍ଥାନୀୟ ସାମ୍ବାଦିକ ତାଙ୍କ କଥାକୁ ଅନର୍ଥ କରିଥିବା କହି ସେ ସଫେଇ ଦେଇଥିଲେ।

ଏହି ଧନାଢ଼୍ୟ ଜଣକ ନିଜର ୬୬ତମ ଜନ୍ମ ଉତ୍ସବ ପାଳନ କରିବାକୁ ରାୟଗଡ଼ା ଆସି ଏକ ହୋଟେଲ୍‌ରେ ରହିଥିଲେ। ରାୟଗଡ଼ାର ଏକ ଘରୋଇ ହୋଟେଲରେ ରହୁଥିବା ଋଷୀୟ ପର୍ଯ୍ୟଟକ ପାୱେଲ୍ ଆନ୍ଥେମ୍ ଶନିବାର ସଂଧ୍ୟାରେ ଅସୁସ୍ଥତା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନସ୍ ଯୋଗେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe