InsideSport
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ଆରମ୍ଭ ପୂର୍ବରୁ ହିଁ ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଗୋଟେ ପରେ ଗୋଟେ ଖେଳାଳି କରୋନା ଆକ୍ରାନ୍ତ ହେବାରେ ଲାଗିଛନ୍ତି। ପୂର୍ବରୁ ବୋଲର୍ ଦୀପକ ଚହର କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ଋତୁରାଜ ଗାଏକ୍ବାଡ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
India Todayଶୁକ୍ରବାର ସିଏସକେର କରୋନା ଆକ୍ରାନ୍ତ ହୋଇଥିବା ୧୩ଜଣଙ୍କ ମଧ୍ୟରେ ଦୀପକ ଚହର ଥିଲେ। ଚେନ୍ନାଇ ସୁପର କିଙ୍ଗସର ସଦସ୍ୟମାନେ ଦୁବାଇରେ ବାଧ୍ୟତାମୂଳକ ୬ଦିନିଆ କ୍ବାରେଣ୍ଟାଇନ ଅବଧି ଶେଷ କରିଥିଲେ ଟିମ୍ ସଦସ୍ୟ କରୋନା ଆକ୍ରାନ୍ତ ହେବା ପରେ ଏବେ ସମସ୍ତଙ୍କୁ ୧୪ଦିନିଆ ସଙ୍ଗରୋଧରେ ରଖାଯାଇଛି। ଅନ୍ୟ ଟିମ୍ ପଡ଼ିଆରେ ଅଭ୍ୟାସ ଆରମ୍ଭ କରି ସାରିଥିବା ବେଳେ ସିଏସକେ ଏ ପର୍ଯ୍ୟନ୍ତ ପଡ଼ିଆକୁ ଓହ୍ଲାଇ ପାରି ନାହିଁ। ଅନ୍ୟ ପକ୍ଷରେ ବ୍ୟକ୍ତିଗତ କାରଣ ପାଇଁ ଭାରତ ଫେରି ଆସିଛନ୍ତି କ୍ରିକେଟର ସୁରେଶ ରାଇନା। ଚଳିତ ବର୍ଷ ଆଇପିଏଲରେ ସେ ଖେଳିବେ ନାହିଁ ବୋଲି ସିଏସକେର ସିଇଓ ଟୁଇଟ୍ କରି ସୂଚନା ଦେଇଛନ୍ତି।
ସିଏସକେ ଶୁକ୍ରବାର ଦିନ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିବାକୁ ଥିବା ବେଳେ ଏବେ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିଛି | ଠିକ୍ ସମୟରେ ଆଇପିଏଲ୍ ୨୦୨୦ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯିବାକୁ ଥିବା ବେଳେ ସେପ୍ଟେମ୍ବର ୧୯ରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସିଏସକେ ଓପନିଂ ଫିଚର ଖେଳିବାର ସମ୍ଭାବନା ଅଧିକ ରହିଛି |
Follow Us