Gurugram: Students arrive at Gurugram's Ryan International School which re-opened on Monday after 10 days closure following the murder of an eight-year-old boy inside a toilet of the school. PTI Photo (PTI9_18_2017_000106B)
ଚଣ୍ଡିଗଡ଼: ଗୁରୁଗ୍ରାମର ର୍ୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ସେପ୍ଟେମ୍ବର ୮ ତାରିଖରେ ହତ୍ୟାର ଶିକାର ହୋଇଥିବା ୭ ବର୍ଷୀୟ ଛାତ୍ର ପ୍ରଦ୍ୟୁମ୍ନର ପିତା କହିଛନ୍ତି ଯେ ଏହି ମାମଲାରେ ସିବିଆଇ ତଦନ୍ତ ଦାବିରୁ ଓହରିଯିବାକୁ ତାଙ୍କୁ ରାଜ୍ୟ ସରକାର କହିଥିଲେ। ପୁଅକୁ ହତ୍ୟା କରାଯିବା ପରେ ପୁଲିସର ତ୍ରୁଟିପୂର୍ଣ୍ଣ ଓ ବେପରୁଆ ତଦନ୍ତ ପ୍ରକ୍ରିୟାକୁ ସେ ବିରୋଧ କରି ସିବିଆଇ ତଦନ୍ତ ଦାବି କରିବା ପରେ ହରିୟାଣା ମନ୍ତ୍ରୀ ରାଓ ନରବୀର ସିଂହ ତାଙ୍କୁ କହିଥିଲେ ଯେ ମାମଲାରେ ପୁଲିସର ତଦନ୍ତକୁ ବିଶ୍ୱାସ କରିବାକୁ ପଡ଼ିବ। ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ଚାପ ସୃଷ୍ଟି ନ କରିବାକୁ ନରବୀର ତାଙ୍କୁ କହିଥିବା ପ୍ରଦ୍ୟୁମ୍ନର ପିତା ବରୁଣ ଠାକୁର କହିଛନ୍ତି। ତେବେ ମନ୍ତ୍ରୀଙ୍କ ଚାପରେ ବରୁଣ ତାଙ୍କ ମତ ବଦଳାଇ ନଥିଲେ ଏବଂ ପୁଲିସ ଓ ସିବିଆଇର ତଦନ୍ତରୁ ଏକା ପରିଣାମ ବାହାରିଲେ ସେ ଏହାକୁ ଗ୍ରହଣ କରିବେ ବୋଲି କହିଥିଲେ। ବରୁଣଙ୍କ ଏହି ବୟାନ ସଂପର୍କରେ ପ୍ରତିକ୍ରିୟା ରଖି ମନ୍ତ୍ର ନରବୀର କହିଛନ୍ତି ଯେ ସେ ବରୁଣଙ୍କୁ କେବଳ ସପ୍ତାହେ ଅପେକ୍ଷା କରିବାକୁ କହିଥିଲେ। ପୁଲିସ ତଦନ୍ତରେ ସେ ସନ୍ତୁଷ୍ଟ ନହେଲେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯିବ ବୋଲି ବରୁଣଙ୍କୁ କହିଥିବା ମନ୍ତ୍ରୀ କହିଛନ୍ତି।
ହରିୟାଣା ପୁଲିସ ଅତ୍ୟନ୍ତ ପ୍ରଦ୍ୟୁମ୍ନ ହତ୍ୟା ମାମଲାକୁ ଅତ୍ୟାନ୍ତ ବେପରୁଆ ଭାବେ ମାମଲାକୁ ଗ୍ରହଣ କରିଥିଲା ଏବଂ ବଳପୂର୍ବକ ସ୍କୁଲ୍ ବସ୍ କଣ୍ଡକ୍ଟର ଅଶୋକ କୁମାରଙ୍କୁ ଦୋଷୀ ଭାବେ ଉପସ୍ଥାପନ କରିଥିଲା। ତେବେ ସିବିଆଇ ତଦନ୍ତ ପରେ ବିଦ୍ୟାଳୟର ଜଣେ ଏକାଦଶ ଶ୍ରେଣୀ ଛାତ୍ର ହିଁ ପ୍ରକୃତ ହତ୍ୟାକାରୀ ବୋଲି ବଳିଷ୍ଠ ପ୍ରମାଣ ମିଳିଥିଲା।
Follow Us