Photo Courtesy of TOI
ନୂଆଦିଲ୍ଲୀ: ଶୁକ୍ରବାର ଦିନ ସିବିଆଇ ଗୁରୁଗ୍ରାମସ୍ଥିତ ରିୟାନ୍ ଇଣ୍ଟର୍ନ୍ୟାସ୍ନାଲ୍ ସ୍କୁଲ୍ର ୭ ବର୍ଷିୟ ଛାତ୍ର ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ଭାର ଗ୍ରହଣ କରିଛି। ଏଥିପାଇଁ ସିବିଆଇ କେନ୍ଦ୍ର ସରକାରଙ୍କଠାରୁ ଆନୁଷ୍ଠାନିକଭାବେ ବିଜ୍ଞପ୍ତି ଗ୍ରହଣ କରିଛି।
ଶୁକ୍ରବାର ଦିନ ଏ ସମ୍ବନ୍ଧରେ ଏକ ଏଫ୍ଆଇଆର୍ ରେଜିଷ୍ଟର୍ କରାଯାଇଛି। ପ୍ରଦ୍ୟୁମ୍ନଙ୍କ ପିତାମାତାଙ୍କ ବୟାନ ନେବା ପାଇଁ ଫରେନ୍ସିକ୍ ବିଶେଷଜ୍ଞମାନଙ୍କ ସହ ସିବିଆଇର ଏକ ଦଳ ସ୍କୁଲ୍କୁ ଯାଇଛନ୍ତି।
ଏହା ବ୍ୟତିରେକେ, ଗୁରୁଗ୍ରାମ ପୁଲିସଠାରୁ ମାମଲା ସମ୍ବନ୍ଧୀୟ ସମସ୍ତ ଫାଇଲ୍ ସିବିଆଇ ଗ୍ରହଣ କରିବ।
Follow Us