ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କୁ ମନାଇବ ଭାରତ ! ଆମେରିକା ଗଲେ ଜୟଶଙ୍କର

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ୬ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନେତାଙ୍କୁ ଭେଟିବେ । ସେ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିବେ।

ଆମ ଦୁର୍ଭାଗ୍ୟ ଯେ ପାକିସ୍ତାନ ଆମ ପଡ଼ୋଶୀ : ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ୬ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନେତାଙ୍କୁ ଭେଟିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିବେ। କିନ୍ତୁ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବାର କିଛି ଦିନ ପୂର୍ବରୁ ଜୟଶଙ୍କରଙ୍କ ଏହି ଗସ୍ତ ହୋଇଛି। ତେଣୁ ଏହାକୁ ଗୁରୁତ୍ବ ଦିଆଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତାଙ୍କ ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବିଷୟରେ ସୂଚନା ଦେଇନାହିଁ, କିନ୍ତୁ ସୂତ୍ର ଅନୁଯାୟୀ, ଜୟଶଙ୍କର ଟ୍ରମ୍ପଙ୍କ ଟିମ୍କୁ ଭାରତର ଆବଶ୍ୟକତା ବିଷୟରେ ବୁଝାଇବାକୁ ଚେଷ୍ଟା କରିବେ।

ଜୟଶଙ୍କରଙ୍କ ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଅନେକ ବଡ ବଡ ପ୍ରସଙ୍ଗ ସାମ୍ନାକୁ ଆସିଛି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। ସେଠାକାର ସରକାର କ୍ରମାଗତ ଭାବେ ଭାରତ ବିରୋଧୀ ନିଷ୍ପତ୍ତି ନେଉଛନ୍ତି। ବାଂଲାଦେଶ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ଦରକାର ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ଏଭଳି ସ୍ଥିତିରେ ଜୟଶଙ୍କରଙ୍କ ଗସ୍ତର ଅନେକ ଅର୍ଥ ହୋଇପାରେ। ସବୁଠାରୁ ବଡ଼ ସମସ୍ୟା ହେଉଛି ଡିପ୍ ଷ୍ଟେଟ୍। ବିଜେପି ପ୍ରଶ୍ନ ଉଠାଉଛି ଯେ ଡିପ ଷ୍ଟେଟ ଭାରତକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଆମେରିକାରେ ବସିଥିବା କିଛି ଶିଳ୍ପପତିଙ୍କ ନାମ ନିଆଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe