ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ପୋଲାଣ୍ଡର ଉପ ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀ ରାଡୋସ୍ଲ ସିକୋରସ୍କିଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ୍ କରିଛନ୍ତି। ଉଭୟ ଆଜି ଦ୍ବିପାକ୍ଷିକ ସମ୍ପର୍କ ଓ ବୈଶ୍ବିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହି ଅବସରରେ ଆଜି ଜୟଶଙ୍କର ତାଙ୍କ ପୋଲାଣ୍ଡ ପ୍ରତିପକ୍ଷଙ୍କୁ ଆତଙ୍କବାଦ ପ୍ରସଙ୍ଗରେ ସତର୍କ କରାଇଛନ୍ତି।
ଆହୁରି ପଢନ୍ତୁ- T20 World Cup: ଟ୍ବେଣ୍ଟି-ଟ୍ବେଣ୍ଟି ବିଶ୍ବକପ୍ରୁ ଓହରି ଯାଇପାରେ ପାକିସ୍ତାନ: ବାଂଲାଦେଶ ସହ ମିଶି ରଚୁଛି ନୂଆ ଷଡ଼ଯନ୍ତ୍ର !
ଜୟଶଙ୍କର କହିଛନ୍ତି, ପୋଲାଣ୍ଡ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତି ଶୂନ୍ୟ-ସହନଶୀଳତା ଦେଖାଇବା ଉଚିତ ଏବଂ ପଡ଼ୋଶୀ ରାଷ୍ଟ୍ରରେ ଆତଙ୍କବାଦୀ ଭିତ୍ତିଭୂମି ସୁଦୃଢ଼ କରିବା କିମ୍ବା ସେପରି କାର୍ଯ୍ୟକଳାପ ପାଇଁ ଇନ୍ଧନ ଯୋଗାଇବା ଉଚିତ ନୁହେଁ। ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବରର ସିକୋରସ୍କି ପଡ଼ୋଶୀ ରାଷ୍ଟ୍ର ଗସ୍ତ ସମୟରେ ପାକିସ୍ତାନ ସହ ଏକ ମିଳିତ ବିବୃତି ଜାରି କରି କାଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଜୟଶଙ୍କରଙ୍କର ଏହି ଟିପ୍ପଣୀକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ସିକୋରସ୍କିଙ୍କ ସହ ଦ୍ବିପାକ୍ଷିକ ବୈଠକରେ ଖୋଲା ଟିପ୍ପଣୀ ରଖି ଜୟଶଙ୍କର କହିଛନ୍ତି, ପୋଲାଣ୍ଡ ଉପପ୍ରଧାନମନ୍ତ୍ରୀ ଉକ୍ତ ଅଞ୍ଚଳରେ ସୀମାପାର ଆତଙ୍କବାଦର ଦୀର୍ଘକାଳୀନ ବିପଦ ସଂକ୍ରାନ୍ତରେ ଭଲଭାବେ ଅବଗତ ଅଛନ୍ତି।
ଆହୁରି ପଢନ୍ତୁ- Deadbody of infant rescued: ନବଜାତ ଶିଶୁ କନ୍ୟା ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାଥରୁମରେ ଫିଙ୍ଗି ମା ଫେରାର
ଜୟଶଙ୍କର କହିଛନ୍ତି, ଉପପ୍ରଧାନମନ୍ତ୍ରୀ, ଆପଣ ଆମ ଅଞ୍ଚଳକୁ ନେଇ ଆଦୌ ଅଜଣା ନୁହନ୍ତି ଏବଂ ସୀମାପାର ଆତଙ୍କବାଦ ଭଳି ଦୀର୍ଘକାଳୀନ ଚ୍ୟାଲେଞ୍ଜ ସଂକ୍ରାନ୍ତରେ ମଧ୍ୟ ଆପଣ ଭଲଭାବେ ଅବଗତ। ଏହି ବୈଠକରେ ଉକ୍ତ ଅଞ୍ଚଳକୁ ଆପଣଙ୍କ ଗସ୍ତ ସଂକ୍ରାନ୍ତରେ ମୁଁ ଆଲୋଚନା କରୁଛି। ପୋଲାଣ୍ଡ ଆତଙ୍କବାଦ ପ୍ରତି ଶୂନ୍ୟ-ସହନଶୀଳତା ଦେଖାଇବା ଉଚିତ ଏବଂ ପଡ଼ୋଶୀ ରାଷ୍ଟ୍ରରେ ଆତଙ୍କବାଦ ଭିତ୍ତିଭୂମି ପାଇଁ ଇନ୍ଧନ ଯୋଗାଇବା ଉଚିତ ନୁହେଁ। ଜୟଶଙ୍କରଙ୍କର ଏହି ଟିପ୍ପଣୀ ପରେ ସିକୋରସ୍କି ସୀମାପାର ଆତଙ୍କବାଦକୁ ପ୍ରତିହତ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/19/new-project-7-2026-01-19-20-53-56.jpg)