ଉତ୍ତର କୋରିଆକୁ ଯାଉଥିବା ତୈଳ ଜାହାଜ ଦକ୍ଷିଣ କୋରିଆ ଦ୍ୱାରା ଜବତ

Advertisment
ଉତ୍ତର କୋରିଆକୁ ଯାଉଥିବା ତୈଳ ଜାହାଜ ଦକ୍ଷିଣ କୋରିଆ ଦ୍ୱାରା ଜବତ

ସିଓଲ: ଦକ୍ଷିଣ କୋରିଆ କର୍ତ୍ତୃପକ୍ଷ ରବିବାର ପାନାମା ପତାକା ଲାଗିଥିବା ଏକ ଜାହାଜକୁ ଜବତ କରିଛି। ଉତ୍ତର କୋରିଆ ଅଭିମୁଖେ ତୈଳ ଉତ୍ପାନଦ ସାମଗ୍ରୀ ବୋଝେଇ ହୋଇ ଯାଉଥିବା ସନ୍ଦେହରେ ଏହାକୁ କଷ୍ଟମ କାର୍ଯ୍ୟାଳୟ ପକ୍ଷରୁ ଜବତ କରାଯାଇଛି। ଅଳ୍ପ କିଛି ଦିନ ଭିତରେ ଏହା ହେଉଛି ୨ୟ ଘଟଣା। ନିକଟରେ ଦକ୍ଷିଣ କୋରିଆ ଏକ ଜାହାଜକୁ ଜବତ କରିଥିଲା।

ଜାହାଜ ‘କୋଟି’କୁ ପିଓଙ୍ଗଟେକ୍‌-ଡାଙ୍ଗଜିନ୍‌ ବନ୍ଦରରୁ ଜବତ କରାଯାଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି। ଦକ୍ଷିଣ ଇନଛେନ୍‌ର ପଶ୍ଚିମ ଉପକୂଳରେ ଏହି ବନ୍ଦର ଅବସ୍ଥିତ। ଜାହାଜକୁ ଜବତ କରାଯାଇଥିବା ଜଳସେନା ସ୍ପଷ୍ଟ କରିଛି। ଜବତ କରାଯାଇଥିବା ଜାହାଜରେ ୫,୧୦୦ ଟନ୍‌ ତୈଳ ପରିବହନ କରାଯାଇପାରିବ। ଏଥିରେ ଚୀନ ଓ ମିଆଁମାରର ଲୋକ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe