ପ୍ରଥା ଓ ପରମ୍ପରାର ଭଙ୍ଗ ହେଲେ ସବରିମାଲା ମନ୍ଦିରର ଦ୍ୱାରକୁ ବନ୍ଦ କରି ଦିଆଯିବ ବୋଲି କହିଲେ ମୁଖ୍ୟ ପୂଜକ ଓ ପାଣ୍ଡାଲାମ୍‌ ରାଜ ପରିବାର

Advertisment
ପ୍ରଥା ଓ ପରମ୍ପରାର ଭଙ୍ଗ ହେଲେ ସବରିମାଲା ମନ୍ଦିରର ଦ୍ୱାରକୁ ବନ୍ଦ କରି ଦିଆଯିବ ବୋଲି କହିଲେ ମୁଖ୍ୟ ପୂଜକ ଓ ପାଣ୍ଡାଲାମ୍‌ ରାଜ ପରିବାର

ସବରିମାଲା (କେରଳ): ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କେରଳର ପ୍ରସିଦ୍ଧ ସବରିମାଲା ମନ୍ଦିର ମଧ୍ୟକୁ ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ ଥିବା ମହିଳାମାନଙ୍କର ପ୍ରବେଶକୁ ନେଇ ବିବାଦ କ୍ରମେ ଉଗ୍ର ଓ ତୀବ୍ର ହେବାରେ ଲାଗିଛି। ଆଜି ଜଣେ ୨୪ ବର୍ଷୀୟା ମହିଳା ସାମ୍ବାଦିକାଙ୍କ ସମେତ ଅନ୍ୟ ଜଣେ ମହିଳା ମନ୍ଦିରକୁ ପ୍ରବେଶ କରିବା ପରେ ସବରିମାଲା ମନ୍ଦିରର ତନ୍ତ୍ରୀ (ମୁଖ୍ୟ ପୂଜକ) କାଣ୍ଡାରୁ ରଜ୍ଜିଭାରୁ ଆଜି (ଶୁକ୍ରବାର) ଗଣମାଧ୍ୟମ ଆଗରେ କହିଛନ୍ତି ଯେ ଯଦି ମନ୍ଦିରରେ ପ୍ରଚଳିତ ଥିବା ପ୍ରଥା, ବିଶ୍ୱାସ ଓ ପରମ୍ପରାକୁ ଭଙ୍ଗକରି କେହି ମହିଳା ମନ୍ଦରକୁ ପ୍ରବେଶ କରନ୍ତି, ତେବେ ସେ ପୂଜା ବନ୍ଦ କରିଦେବା ସହ ମନ୍ଦିରର ଦ୍ୱାରକୁ ମଧ୍ୟ ବନ୍ଦ କରିଦେବେ।

publive-image

ସେହିପରି ସବରିମାଲା ମନ୍ଦିରର ପରିଚାଳନା ବୁଝାସୁଝା କରୁଥିବା ପାଣ୍ଡାଲାମ୍‌ ରାଜ ପରିବାର ପକ୍ଷରୁ ମନ୍ଦିର ପରିଚାଳନା ଦାୟିତ୍ୱରେ ରହିଥିବା ବ୍ୟକ୍ତି ବିଶେଷମାନଙ୍କୁ ଏକ ପତ୍ର ଦିଆଯାଇ ମନ୍ଦିରରେ ପ୍ରଚଳିତ ଥିବା ପ୍ରଥା, ବିଶ୍ୱାସ ଓ ପରମ୍ପରାକୁ ଭଙ୍ଗ କରାଯିବାର ଆଶଙ୍କା ଉପୁଜିଲେ ମନ୍ଦିରର ଦ୍ୱାରକୁ ତୁରନ୍ତ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe