ସବରିମାଳା ମାମଲା: ୪ ଆଇନଜୀବୀଙ୍କୁ ସମୀକ୍ଷା ଦାୟିତ୍ବ ଦେଲେ ସୁପ୍ରିମ୍‌ କୋର୍ଟ

ସବରିମାଳା ମାମଲା: ୪ ଆଇନଜୀବୀଙ୍କୁ ସମୀକ୍ଷା ଦାୟିତ୍ବ ଦେଲେ ସୁପ୍ରିମ୍‌ କୋର୍ଟ

Image Source: India Today

ନୂଆଦିଲ୍ଲୀ: କେରଳର ସବରିମାଳା ମନ୍ଦିରରେ ଏକ ନିର୍ଦ୍ଦିଷ୍ଟ ବର୍ଗର ମହିଳାଙ୍କ ପ୍ରବେଶ ପ୍ରସଙ୍ଗର ଶୁଣାଣି ଆଜି ସୁପ୍ରିମ୍‌ କୋର୍ଟର ୯ ଜଣିଆ ସମ୍ବିଧାନ ପୀଠ କରିଛନ୍ତି। ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ସମେତ ଅନ୍ୟାନ୍ୟ ଧର୍ମରେ ମହିଳାଙ୍କ ପ୍ରତି ଥିବା ପାତର ଅନ୍ତର ଉପରେ ବିଚାରବିମର୍ଶ କରିବା ପାଇଁ ୪ ଜଣ ଆଇନଜୀବୀଙ୍କୁ ଦାୟିତ୍ବ ଦେଇଛନ୍ତି। ଆଇନଜୀବୀ ମାନେ ଆସନ୍ତା ୧୭ ତାରିଖରେ ଏକ ବୈଠକରେ ଏକତ୍ରିତ ହୋଇ ଏହା ଉପରେ ଆଲୋଚନା କରିବେ ବୋଲି ସମ୍ବିଧାନ ପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ରିପୋର୍ଟ ତିନି ସପ୍ତାହ ମଧ୍ୟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡ଼େଙ୍କ ନେତୃତ୍ୱାଧୀନ ସମ୍ବିଧାନ ପୀଠ କହିଛନ୍ତି, ସେମାନେ ସବରିମାଳା ମନ୍ଦିରରେ ନିର୍ଦ୍ଦିଷ୍ଟ ବର୍ଗର ମହିଳାଙ୍କ ପ୍ରବେଶ ‌ନେଇ ହୋଇଥିବା ରିଭ୍ୟୁ ପିଟିସନ୍‌ଗୁଡ଼ିକର ଶୁଣାଣି ଆଜି କରି ନାହାନ୍ତି। ବରଂ ଗତ ନଭେମ୍ବର ୧୪ରେ ପାଞ୍ଚଜଣିଆ ଖଣ୍ଡପୀଠ ବୃହତ୍ତର ପୀଠଙ୍କୁ ଯେଉଁ ବିଷୟ ବିଚାର ପାଇଁ ପଠାଇ ଥିଲେ ତାହାର ଶୁଣାଣି କରାଯାଇଛି। କେରଳର ସବରିମାଳା ମନ୍ଦିର ସମେତ ଅନ୍ୟ ଧାର୍ମିକ ସ୍ଥଳ ଏବଂ ବିଭିନ୍ନ ଧର୍ମରେ ମହିଳାଙ୍କ ପ୍ରତି ଥିବା ପାତରଅନ୍ତର ନେଇ ଆଲୋଚନା କରିବାକୁ କୋର୍ଟ ଆଇନଜୀବୀମାନଙ୍କୁ କହିଛନ୍ତି। କେଉଁ ଆଇନଜୀବୀ କେଉଁ ବିଷୟ ଦେଖିବେ ତାହା ଆଇନଜୀବୀମାନେ ସ୍ଥିର କରିବେ। ମାମଲାରେ ଯୁକ୍ତି ଉପସ୍ଥାପନ ପାଇଁ କେଉଁ ‌ଆଇନଜୀବୀଙ୍କୁ କେତେ ସମୟ ଦିଆଯିବ ତାହା ମଧ୍ୟ ଆଇନଜୀବୀମାନେ ବୈଠକରେ ସ୍ଥିର କରିବେ ବୋଲି ସମ୍ବିଧାନ ପୀଠ କହିଛନ୍ତି। ଏହି ୪ ଜଣ ଆଇନଜୀବୀଙ୍କ ମଧ୍ୟରେ ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା, ଏ.ଏମ୍‌. ସିଙ୍ଗ୍‌ଭି ପ୍ରମୁଖ ଅଛନ୍ତି। ସୁପ୍ରିମ୍‌ କୋର୍ଟର ସେକ୍ରେଟାରି ଜେନେରାଲ୍‌ ୪ ଜଣ ଆଇନ୍‌ଜୀବୀଙ୍କ ସହ ସମନ୍ବୟ ରକ୍ଷା କରିବେ। ପରବର୍ତ୍ତୀ ଶୁଣାଣି ୩ ସପ୍ତାହ ପରେ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe