ବର୍ଷା ଯୋଗୁଁ ଦିନକ ପାଇଁ ସାବରିମାଳା ଯାତ୍ରା ବନ୍ଦ; ପମ୍ବା ଜଳଭଣ୍ଡାରରେ ରେଡ୍‌ ଆଲର୍ଟ ଜାରି

Advertisment
ବର୍ଷା ଯୋଗୁଁ ଦିନକ ପାଇଁ ସାବରିମାଳା ଯାତ୍ରା ବନ୍ଦ; ପମ୍ବା ଜଳଭଣ୍ଡାରରେ ରେଡ୍‌ ଆଲର୍ଟ ଜାରି

Image Courtesy of Matrubhumi

ପତନମତିଟ୍ଟା: ପ୍ରବଳ ବର୍ଷା ଏବଂ ପମ୍ବା ସମେତ ପ୍ରମୁଖ ନଦୀମାନଙ୍କରେ ବଢ଼ି ଆସିଥିବାରୁ ଆଜି ଦିନକ ପାଇଁ ପତନମତିଟ୍ଟା ଜିଲ୍ଲାସ୍ଥିତ ସାବରିମାଳା ପର୍ବତରେ ଅବସ୍ଥିତ ପ୍ରସିଦ୍ଧ ଆୟପ୍ପା ମନ୍ଦିର ଯାତ୍ରା ସ୍ଥଗିତ ରଖାଯାଇଛି। ଶୁକ୍ରବାର ଦିନ ପତନମତିଟ୍ଟା ଜିଲ୍ଲା ପ୍ରଶାସନ ଉପରୋକ୍ତ ଆଦେଶ ଜାରି କରିଥିଲା।

ଜିଲ୍ଲାପାଳ ଦିବ୍ୟ ଏସ୍‌ ଆୟେର୍‌ ଜାରି କରିଥିବା ଉକ୍ତ ଆଦେଶନାମାରେ ଉଲ୍ଲେଖ ଅଛି, ଯାତ୍ରୀମାନଙ୍କ ନିରାପତ୍ତା ବିଷୟରେ ସୁନିଶ୍ଚିତ ହେବା ଲାଗି ଆସନ୍ତାକାଲି ପମ୍ବା ଏବଂ ସାବରିମାଳା ଯାତ୍ରା ନିଷେଧ କରାଯାଉଛି।

ପାଗ ଅନୁକୂଳ ହେଲେ ଭର୍ଚ୍ୟୁଆଲ୍‌ ମାଧ୍ୟମରେ ଧାଡ଼ି ବାନ୍ଧିଥିବା ଯାତ୍ରୀମାନଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି।

publive-image Image Courtesy of Times Now

ପବିତ୍ର ନଦୀ ଭାବେ ବିବେଚନା କରାଯାଉଥିବା ପମ୍ବା ନଦୀରେ ବଢ଼ି ଆସିଛି ଏବଂ ରେର୍ଡ ଆଲର୍ଟ ଜାରି ‌ହୋଇଥିବା ପମ୍ବା ଜଳଭଣ୍ଡାରକୁ ଆଜି ଖୋଲାଯିବ ‌ବ‌ୋଲି ଜିଲ୍ଲା ପ୍ରଶାସନ କହିଛି।

ଉଲ୍ଲେଖଯୋଗ୍ୟ, ଖରାପ ପାଗ ଏବଂ କୋଭିଡ୍‌-୧୯ ପରିସ୍ଥିତିକୁ ଖାତର ନ କରି ଆୟପ୍ପା ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ବହୁସଂଖ୍ୟକ ଯାତ୍ରୀ ପର୍ବତ ଆରୋହଣ କରୁଛନ୍ତି। ମଣ୍ଡଳମ୍‌-ମକରବିଲାକ୍କୁ ତୀର୍ଥ ପାଇଁ ନଭେମ୍ବର ୧୬ରୁ ଦୀର୍ଘ ଦୁଇମାସ ପାଇଁ ଆୟପ୍ପା ମନ୍ଦିର ଖୋଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe